ଟାଙ୍ଗୀ ଚୌଦ୍ବାର ବ୍ଲକ କହ୍ନେଇପୁର ପଞ୍ଚାୟତ ଆଞ୍ଜୁଆ ଗ୍ରାମସ୍ଥ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଓ ବନ୍ଦନା କଳା ନିକେତନର ବାର୍ଷିକ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ଶ୍ରଦ୍ଧାଞ୍ଜଳୀ ମହାପାତ୍ରଙ୍କ ପୈାରହିତରେ ଏବଂ ସମ୍ପାଦକ ଗଙ୍ଗାଧର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୂଖ୍ୟଅତିଥି ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା, ମୂଖ୍ୟବକ୍ତା ଟେଟ୍ରାହେଡ୍ରନ ଗୃପ ଅଫ ଇନଷ୍ଟିଚ୍ୟୁସନର ଅଧ୍ୟକ୍ଷ ତ୍ରିଦେବ ବେହେରା, ସ୍ୱତନ୍ତ୍ର ଅତିଥି ଜିଲ୍ଲା ବିଜେପି ଗ୍ରାମୀଣ ଉପସଭାପତି ହିମାଂଶୁ କୁମାର ମହାନ୍ତି, ସମ୍ମାନିତ ଅତିଥିଭାବେ ଶିକ୍ଷା କେନ୍ଦ୍ରର ପ୍ରତିଷ୍ଠାତା ସଦସ୍ୟ ସୁବୋଧ କୁମାର ସାମଲ, ସଫା ସରପଞ୍ଚ ନିବାସ ଚନ୍ଦ୍ର ପାଣ୍ଡବ, ଗରୁଡ଼ଗାଁ ସରପଞ୍ଚ ଦିପ୍ତିମୟୀ ବେହେରା, ଆଡଭୋକେଟ୍ ହେମନ୍ତ କୁମାର ଜେନା, ଦେବୀପ୍ରସାଦ ରାଉତରାୟ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କ ବିକାଶରେ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ଛାତ୍ରଛାତ୍ରୀ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ବାର୍ଷିକ କ୍ରୀଡାରେ ଭାଗନେଇଥିବା କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ପୁରସ୍କାର ବଣ୍ଟନ କରାଯାଇଥିଲା। ଏହି ଅବସରରେ ବରିଷ୍ଠ ନାଗରିକ ବାବାଜୀ ସାମଲ ଓ ଶିକ୍ଷା କେନ୍ଦ୍ରର ସମସ୍ତ ଶିକ୍ଷୟିତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା। ଶେଷରେ ସଦସ୍ୟ ସୁବାସ ଚନ୍ଦ୍ର ବେହେରା ଧନ୍ୟବାଦ ଦେଇଥିବାବେଳେ ପ୍ରମୋଦ ଜଟ, ଋଷ୍ୟାନନ୍ଦ ସ୍ଵାଇଁ, ମଧୁସୂଦନ ସାହୁଙ୍କ ସମେତ ସମସ୍ତ ଶିକ୍ଷୟିତ୍ରୀ ଓ ଅବିଭାବକ ସହଯୋଗ କରିଥିଲେ।
