କଟକ ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ନଂ ୫୪ରେ ରହିଛି କଟକ ଗ୍ରାମ୍ୟ ଉନ୍ନୟନ ନିର୍ମାଣ ବିଭାଗ ମୂଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ।ମୂଖ୍ୟଯନ୍ତ୍ରୀ ଭାବରେ କଟକ ଓ କେନ୍ଦ୍ରାପଡା ଉଭୟ ଦାୟିତ୍ୱରେ ଇ°ସତ୍ୟଜିତ୍ ଦଳାଇ ରହିଛନ୍ତି। ସୁନ୍ଦରଗଡ଼ରୁ ବଦଳି ହୋଇ କଟକରେ ଯୋଗଦେବାକୁ ଆସିଥିବା ଯନ୍ତ୍ରୀଙ୍କୁ ଦାୟିତ୍ଵ ହସ୍ତାନ୍ତର କରୁନଥିବା ଅଭିଯୋଗ ହୋଇଛି। ଟେଣ୍ଡର ଜାଲିଆତି ୪୦ କୋଟିର ମହାଦୁର୍ନୀତିରେ ସଂପୃକ୍ତ ଥାଇ ମିଥ୍ୟା ମେସିନାରୀ ଦଲିଲ୍ ଦେଇଥିବା ଜୈନିକ ଠିକାଦାରକୁ ଘଣ୍ଟ ଯୋଡାଉଥିବା ଅଭିଯୋଗ କରିଛନ୍ତି ଠିକାଦାର ସଂଘର ତାରେଣୀ ପ୍ରସାଦ ଦାସ୍,ବ°ଶୀଧର ପଣ୍ଡା ଓ ସୁବାସିନୀ ଜେନା । ଠିକାଦାର ସଂଘର ସଭାପତି ଫିରୋଜ ଖୁଣ୍ଟିଆ କହିଛନ୍ତି, ମୁଖ୍ୟଯନ୍ତ୍ରୀ ସଡ଼କ ଯୋଜନାରେ କଟକ କେନ୍ଦ୍ରାପଡ଼ା ପାଇଁ ୮୪ଟି କାମର ଟେଣ୍ଡର ହୋଇଥିଲା।ଟେଣ୍ଡରରେ ମେସିନାରୀ ଓ ସତ୍ୟପାଠ ଦାଖଲ କରିବାକୁ ପଡ଼ିଥାଏ। ଏଠାରେ ୬ଟି ୪୦କୋଟିର କାମରେ ଜଣେ ଠିକାଦାର ଅନାମଧେୟ କମ୍ପାନୀ ରମେସିନାରୀ ଯାହା ଫଲ୍ସ ବୋଲି ମୂଖ୍ୟଯନ୍ତ୍ରୀଙ୍କ ପାଖରେ ଅଭିଯୋଗ କରିଛନ୍ତି ଠିକାଦାର।

କଟକ ଗ୍ରାମ୍ୟ ଉନ୍ନୟନ ନିର୍ମାଣ ବିଭାଗର ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟରେ ଟେଣ୍ଡରେ ସାଙ୍ଘାତିକ ଦୁର୍ନୀତି। ଠିକାଦାର ମେଳି ହୋଇ କଲେ ଅଭିଯୋଗ। ଚାଉଳିଆଗଞ୍ଜ ଥାନାରେ ଏତଲା
ଟେଣ୍ଡରରେ ଅଫିସ ନାମଜାଦା କମ୍ପାନୀର ମେସିନାରୀ ଉଲ୍ଲେଖ କରିଥିଲା।ମୁଖ୍ୟଯନ୍ତ୍ରୀ ଘଟଣାର ତଦନ୍ତ ନକରି ଓଲଟା ଠିକାଦାରଙ୍କୁ ପ୍ରମାଣ ଦିଅ ବୋଲି ନାଲି ଆଖି ଦେଖାଉଥିବା ଅଭିଯୋଗ କରିଛନ୍ତି। ମୁଖ୍ୟଯନ୍ତ୍ରୀଙ୍କ ଠାରୁ ନାସ୍ତିବାଣି ଶୁଣି ଚାଉଳିଆଗଞ୍ଜ ଥାନାରେ ଏତଲା ଦେଇଛନ୍ତି ଠିକାଦାର ତାରେଣୀ ପ୍ରସାଦ ଦାସ୍।ସେ କହିଛନ୍ତି ଆଗାମୀ ଦିନରେ ସେ ସଂଘ ସହିତ ମୁଖ୍ୟଯନ୍ତ୍ରୀଙ୍କ ପାଖରେ ଅଭିଯୋଗ କରିବେ ବୋଲି କହିଛନ୍ତି।
