ଭିଡ଼ରେ ଫସିଲେ ଅଭିନେତ୍ରୀ ସାଇ ପଲ୍ଲବୀ. |

କୋଚି: କେରଳର କୋଚିରେ ଫିଲ୍ମଫେୟାର ସାଉଥ୍ ପୁରସ୍କାରରେ ଯୋଗଦେବା ପାଇଁ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାଇ ପଲ୍ଲବୀ ପହଞ୍ଚିଥିଲେ।

କୋଚିରେ ପହଞ୍ଚିବା ପରେ ସେଠାରେ ତାଙ୍କ ପ୍ରଶଂସକ ଓ ଫଟୋଗ୍ରାଫର ମାନେ ସାଇ ପଲ୍ଲବୀଙ୍କୁ ଘେରି ଯାଇଥିଲେ।ତେବେ ପ୍ରବଳ ଭିଡ଼ ଜମିଯିବାରୁ ଗାଡ଼ି ପାଇଁ ଅପେକ୍ଷା କରିଥିବା ସାଇଙ୍କୁ ସିଆଇଏସଏଫ ଅଧିକାରୀମାନେ ସୁରକ୍ଷିତ ଭାବରେ ବାହାରକୁ ଆଣିବାକୁ ଚେଷ୍ଟା କରିଥିଲେ।’ଦୟାକରି ପଛକୁ ହଟିଯାଅ ଆମେ ଆପଣଙ୍କୁ ଠେଲିବାକୁ ଚାହୁନାହୁଁ ବୋଲି ମଧ୍ୟ ଅଧିକାରୀ ମାନେ କହିଥିଲେ। ବର୍ତ୍ତମାନ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସାଇ ପଲ୍ଲବୀ ଫଟୋଗ୍ରାଫରମାନଙ୍କୁ ଦୂରତା ବଜାୟ ରଖି ଫଟୋ ଉଠାଇବାକୁ ମଧ୍ୟ ଅନୁରୋଧ କରିଥିଲେ। ପରେ ତାଙ୍କ ଗାଡ଼ି ଆସିବା ମାତ୍ରେ ସାଇ ସେଠାରୁ ଶୀଘ୍ର ଚାଲିଯାଉଥିବାର ମଧ୍ୟ ଭିଡିଓରେ ନଜର ଆସିଥିଲେ ଏବଂ ତାଙ୍କ ପଛେ ପଛେ ଫଟୋଗ୍ରାଫରମାନେ ମଧ୍ୟ ଯାଉଥିଲେ। ତେବେ ଯିବା ସମୟରେ ସାଇ ସମସ୍ତଙ୍କୁ ହାତ ହଲାଇ ସେଠାରୁ ଚାଲିଯାଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!