ରାଇରଙ୍ଗପୁର/କରଞ୍ଜିଆ: କାଳବୈଶାଖୀର ତାଣ୍ଡବ ଆଜିମୟୂରଭଞ୍ଜଜିଲ୍ଲା କରଞ୍ଜିଆ ଅଞ୍ଚଳରେ ଦେଖିବାକୁ ମିଳିଛି। କାଳବୈଶାଖୀର ଉଗ୍ରରୂପ ପ୍ରାୟ ୪୩ ବର୍ଷ ପୁରୁଣା ଦିନକୁ ମନେ ପକାଇ ଦେଇଛି। ଅର୍ଥାତ ୧୯୮୨ ମସିହାରେ ହୋଇଥିବାକାଳବୈଶାଖୀଯେଉଁଭଳି ଭାବେ ଏହି ଅଞ୍ଚଳରେ ଉଗ୍ରରୂପ ଦେଖାଯାଇଥିଲା, ଆଜି ସେହିଭଳି ପରିସ୍ଥିତି ଦେଖିବାକୁ ମିଳିଛି।
ସେହି ସମୟରେ ନାବାଳକମାନେ ଆଜିର ଦିନରେ ବରିଷ୍ଠ ନାଗରିକ ହୋଇସାରିଥିବାରୁ, ପୁରୁଣା କଥାକୁ ଯୁବପିଢ଼ିଙ୍କୁ କହୁଛନ୍ତି।
କଙ୍କଡ଼ା ଓ କିଆ ଗାଁରେ ଭୟଙ୍କର ଘୂର୍ଣ୍ଣିଝଡ଼ର ତାଣ୍ଡବ ଦେଖିବାକୁ ମିଳିଥିଲା। ଆଖପାଖ ଗାଁରେ ମଧ୍ୟ ଏହାର ପ୍ରଭାବ ପଡ଼ିଥିବା। ବାମନଘାଟି ଉପଖଣ୍ଡରେ ମଧ୍ଯ କାଳବୈଶାଖୀରେ ବହୁ ଛପର, ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଛି। ଆଜି ଅପରାହ୍ଣ ପ୍ରାୟ ୪ଟା ୪୦ ମିନିଟ୍ରେ ହଠାତ୍ ବେଗବାନ ପବନରେ ୭୦ରୁ ଅଧିକ ଖପର ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଜଣେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି।
ଭୟଙ୍କର ପବନରେ ବଡ଼ବଡ଼ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଥିବା ସହ ରାସ୍ତାରେ ଯାଉଥିବା ଗୋଟିଏ ଅଟୋ ଓ ତିନି ବାଇକକୁ ମଧ୍ୟ ପବନରେ ଉଡ଼ାଇ ଫିଙ୍ଗି ଦେଇଛି। ରାସ୍ତାରେ ଯାଉଥିବା ଏକ ଅଟୋକୁ ପ୍ରାୟ ୫୦ ଫୁଟ ପବନରେ ଉଡ଼ାଇ ପୋଖରୀରେ ପକାଇବା ଯୋଗୁଁ ସେଥିରେ ଥିବା ଦୁଇଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ସେଥିରେ ଥିବା ଅନ୍ୟ ଯାତ୍ରୀଙ୍କ ସମେତ ତିନି ବାଇକ୍ରେ ଥିବା ୫ ଯାତ୍ରୀଙ୍କୁ ଘୂର୍ଣ୍ଣି ଝଡ଼ ଉଡ଼ାଇ ନେଇ ପୋଖରୀରେ କଚାଡ଼ି ଦେଇଛି।
