ଡିସେମ୍ବର ୨୪ରେ ବାରବାଟୀରେ ଭାରତ-ଶ୍ରୀଲଙ୍କା ଟି-ଟ୍ୱେଣ୍ଟି

ଆଗାମୀ ଘରୋଇ ସିଜିନ୍ ଅତ୍ୟନ୍ତ ରୋମାଞ୍ଚକର ହେବ। ଏଥିରେ ଚାରିଟି ଭ୍ରମଣକାରୀ ଦଳ – ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା, ଜିମ୍ବାୱେ ଏବଂ ଅଷ୍ଟ୍ରେଲିଆ ଭାରତ ଗସ୍ତରେ ଆସିବେ। ଦେଶର ୧୭ଟି ସହରରେ ସମୁଦାୟ ୨୨ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯିବ, ଯାହା ପ୍ରଶଂସକମାନଙ୍କୁ ହାଇ ଭୋଲ୍ଟେଜ୍ କ୍ରିକେଟ୍ ଉପହାର ଦେବ।

ଏହି ସିଜିନ୍ ୨୭ ସେପ୍ଟେମ୍ବର, ୨୦୨୬ରୁ ୱେଷ୍ଟଇଣ୍ଡିଜ୍ ଗସ୍ତ ମାଧ୍ୟମରେ ଆରମ୍ଭ ହେବ।ଏହି ଗସ୍ତରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ଏବଂ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ। ତ୍ରିଭେନ୍ଦ୍ରମ, ଗୌହାଟୀ ଏବଂ ନ୍ୟୁ ଚଣ୍ଡିଗଡ଼ରେ ଏକଦିବସୀୟ ମ୍ୟାଚ୍ ଆୟୋଜନ ହେବ। ଲକ୍ଷ୍ନୌ, ରାଞ୍ଚି, ଇନ୍ଦୋର, ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁରେ ଟି-୨୦ ମ୍ୟାଚ୍ ଖେଳାଯିବ।

ଡିସେମ୍ବର ୨୦୨୬ରେ ଭାରତ ଶ୍ରୀଲଙ୍କା ବିପକ୍ଷରେ ତିନୋଟି ଏକଦିବସୀୟ ଓ ତିନୋଟି ଟି-୨୦ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଆୟୋଜନ କରିବ। ଏକଦିବସୀୟ ସିରିଜ୍ ଦିଲ୍ଲୀ, ବେଙ୍ଗାଲୁରୁ ଏବଂ ଅହମ୍ମଦାବାଦରେ ଖେଳାଯିବ। ଟି-୨୦ ସିରିଜ୍ର ମ୍ୟାଚ୍ ଗୁଡ଼ିକ ରାଜକୋଟ, କଟକ (ବାରବାଟୀ) ଏବଂ ପୁଣେରେ ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *

error: Content is protected !!