ନିର୍ମାଣ ଶ୍ରମିକ ମାନଙ୍କୁ  ୨୬ କୋଟି  ସହାୟତା |

ଦେଶ ତଥା ରାଜ୍ୟର ସମୃଦ୍ଧି କ୍ଷେତ୍ରରେ ଶ୍ରମିକ ମାନଙ୍କର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି।ରାଜ୍ୟ ସରକାର କୁଶଳୀ ଓ ଅଣକୁଶଳୀ ଶ୍ରମିକ ମାନଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି l ସବୁବେଳେ ଶ୍ରମିକ ମାନଙ୍କର ସାମାଜିକ,ଅର୍ଥନୈତିକ ବିକାଶ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି । ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ ବିଭାଗ ମିଳିତ ଆନୁକୂଲ୍ୟରେ ଏକ ସଚେତନତା  
କାର୍ଯ୍ୟକ୍ରମ ସହିତ  ନିର୍ମାଣ ଶ୍ରମିକ ମାନଙ୍କୁ ଆର୍ଥିକ ସହାୟତା ରାଶି  ପ୍ରଦାନ କରାଯାଇଛି  l ଏହି ଅବସରରେ ନିର୍ମାଣ ଶ୍ରମିଜ ମାନଙ୍କର ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦେଇ ସେମାନଙ୍କର ପିଲା ମାନଙ୍କୁ ପାଠ ପଢିବା, ବିବାହ ଏବଂ  କୌଣସି ଶ୍ରମିକ ର ମୃତ୍ୟୁ ଘଟିଲେ ସେମାନଙ୍କୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଯୋଜନା କରାଯାଇଛି । ଜିଳ୍ଲାର ୪୦୪୯ ଜଣ ଶ୍ରମିକଙ୍କୁ ୨୬ କୋଟି ୨୦ ଲକ୍ଷ୍ୟ ୭୮ ହଜାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି l  ମୁଖ୍ୟ ଅତିଥି  କଟକ ସଦର ମାନ୍ୟବର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇ ଶ୍ରମିକ ମାନଙ୍କର ଦକ୍ଷତା ବୃଦ୍ଧି ଉପରେ ଆଲୋକପାତ କରିଥିଲେ l ପ୍ରଭାଗୀୟ ଶ୍ରମ ଆୟୁକ୍ତ ହରପ୍ରିୟା ନାୟକ  lମାନ୍ୟବର ଅତିରିକ୍ତ ଜିଲ୍ଲା ପାଳ ଡ଼ଃ ଦିବ୍ୟ ଲୋଚନ ମହନ୍ତ, କଟକ ଜିଲ୍ଲା ଶ୍ରମ ଅଧିକାରୀ ପ୍ରୀତି ରଞ୍ଜନ ଘଡ଼ାଇ ପ୍ରମୁଖ  ଶ୍ରମିକ ମାନଙ୍କୁ ଉଦବୋଧନ ଦେଇଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!