ଢେଙ୍କାନାଳ (୨୧/୦୨/୨୦୨୬) ଢ଼େଙ୍କାନାଳ ଜିଲ୍ଲା ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ ଜାନୁଆରୀ ମାସରେ ଜିଲ୍ଲାରେ ଅଧିକ ଦୁର୍ଘଟଣା ଘଟିଥିବା ଯୋଗୁଁ ସମସ୍ତ ହମ୍ପସକୁ ଧଳାରଙ୍ଗରେ ଚିହ୍ନଟ କରିବା ସହିତ ଆବଶ୍ୟକ ସାଇନେଜ ଲଗାଇବାକୁ ଏବଂ ସ୍କୁଲ ଓ ଦୁର୍ଘଟଣା ପ୍ରବଣ ସ୍ଥାନଗୁଡ଼ିକରେ ସାଇନେଜ ଓ ବାରିକେଡିଂର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସଡ଼କ ସୁରକ୍ଷା ନିୟମ ଉଲ୍ଲଘଂନ ଯୋଗୁଁ ୩୮୨୪ ଡ୍ରାଇଭର ଙ୍କ ଲାଇସେନ୍ସ ରଦ୍ଦ ।
ଗତ 2024 ରେ 422 ଦୁର୍ଘଟଣା ରେ 198 ଜଣ ଓ
2025 ରେ 434 ଦୁର୍ଘଟଣାରେ 197 ମୃତ୍ୟୁ ଘଟିଛି l ବିଭିନ୍ନ ସ୍ଥାନରେ ବାଲି, ପଥର ଆଦି ବୋଝେଇ ଟ୍ରକ ଅବୈଧ ନମ୍ବରରେ ଚାଲୁଥିବା ଦୃଷ୍ଟିକୁ ଆସିଥିବା ହେତୁ ଏହାକୁ ଜବତ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଟାଟା ଷ୍ଟିଲ ଠାରୁ ଓଡ଼ପଡ଼ା ମଧ୍ୟରେ ଅଧିକ ଦୁର୍ଘଟଣା ଘଟୁଥିବା ହେତୁ ଏହି ରାସ୍ତା ମଧ୍ୟରେ ସ୍ଥାୟୀ ଭାବେ ଆମ୍ବୁଲାନସ ଏବଂ କ୍ରେନର ବ୍ୟବସ୍ଥା କରିବାକୁ ସଦସ୍ୟମାନେ ଦୃଷ୍ଟି ଆକର୍ଷଣ କରିଥିଲେ। ବ୍ଲାକ ଷ୍ପଟ ଗୁଡ଼ିକରେ ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର ଓ ଚ଼ିକିତ୍ସା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଥିଲେ । ସର୍ଭିସ ରୋଡ଼କୁ ଅଧିକ ଚ଼ଉଡ଼ା କରିବା ସହିତ ସାଇନେଜର ବ୍ୟବସ୍ଥା କରିବାକୁ ସଦସ୍ୟ ମାନେ ବୈଠକର ଦୃଷ୍ଟି ଆକର୍ଷଣ କରିଥିଲେ । ବସ ଚ଼ଳାଚ଼ଳ ସମୟ ନିର୍ଘଣ୍ଟକୁ ଅବମାନନା କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ବସ୍ଷ୍ଟାଣ୍ଡ ମଧ୍ୟରେ କୌଣସି ଅସାମାଜିକ ବ୍ୟକ୍ତିଙ୍କୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ବୈଠକରେ ଆଲୋଚ଼ନା ହୋଇଥିଲା । ଗତ ଜାନୁଆରୀ ମାସରେ ଜିଲାରେ ମୋଟ ୪୨ ଟି ଦୁର୍ଘଟଣା ଘଟିଥିଲା ବେଳେ ୧୩ ଜଣ ମୃତ୍ୟୁ ବରଣ କରିଛନ୍ତି ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ସୂଚ଼ନା ଦେଇଥିଲେ । ଟ୍ରାଫିକ ନିୟମ ଉଲଙ୍ଗନ ଯୋଗୁଁ ଗତବର୍ଷ ୨୯୫୭ ଜଣଙ୍କର ଡ୍ରାଇଭିଂ ଲାଇସେନସ ୩ ମାସ ପାଇଁ ରଦ୍ଧ କରାଯାଇଥିଲା। ଜାନୁଆରୀ ମାସରେ ୮୬୭ ଜଣଙ୍କର ଡ଼ି.ଏଲ. ରଦ୍ଧ ହୋଇଛି ବୋଲି ସେ ପ୍ରକାଶ କରିଥିଲେ ।
