ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମାପ୍ତ |

ମହିଳା ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ସୁରକ୍ଷା ଓ ଆତ୍ମରକ୍ଷା କୌଶଳ ବିକାଶ ଉଦ୍ଦେଶ୍ୟରେ ୫ ଫେବୃଆରୀରୁ ୧୩ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଡ଼ଃ ତୃପ୍ତି ମୟୀ ସାହୁ ସମନ୍ୱୟ କରିଥିଲେ।
୧୭ ଫେବୃଆରୀ ୨୦୨୬ ତାରିଖରେ ମହାବିଦ୍ୟାଳୟ ଅଡିଟୋରିୟମ୍‌ରେ ସମାପନୀ ଅନୁଷ୍ଠାନ ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷା ଡ଼ଃ ଶକୁନ୍ତଳା ଜେନା ନାରୀ ସୁରକ୍ଷା ସନ୍ଦର୍ଭରେ ତାଙ୍କ ମତ ପ୍ରକାଶ କରି ଆତ୍ମରକ୍ଷା ପ୍ରଶିକ୍ଷଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।

ମନସ୍ତତ୍ତ୍ୱବିଜ୍ଞାନ ବିଭାଗର ଅଧ୍ୟାପକ ଡ଼ଃ ପଙ୍କଜ କୁମାର ବାରିକ ଆତ୍ମରକ୍ଷା କାର୍ଯ୍ୟକ୍ରମ ସମ୍ବନ୍ଧରେ ମୂଲ୍ୟବାନ ମତାମତ ଦେଇଥିଲେ ।
ପ୍ରଶିକ୍ଷିକା ବନ୍ଦନା ବିଶ୍ୱାଳ ଓ ପୂଜା ରାଣୀ ସେନାପତି ଛାତ୍ରୀମାନଙ୍କ ସହ ଆତ୍ମରକ୍ଷା କୌଶଳ ପ୍ରଦର୍ଶନ କରିଥିଲେ।ଶେଷରେ ପ୍ରୀତିପ୍ରିୟମ୍ବଦା ବୈଶାଖ ଧନ୍ୟବାଦ ଜ୍ଞାପନ କରି କାର୍ଯ୍ୟକ୍ରମ ସମାପ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!