ପୂର୍ବ ଶତ୍ରୃତାକୁ କେନ୍ଦ୍ରକରି ହତ୍ୟା ଘଟଣାରେ ଦୁଇ ଭାଇଙ୍କ ସମେତ ତିନି ଗିରଫ, ଖଣ୍ଡା ଓ ଦୁଇ ଠେଙ୍ଗା ଜବତ ।

ଛତ୍ରପୁର,୨୧/୨ ସଂଘବଦ୍ଧ ଭାବେ ଆର.ରାଜା ରାଓ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ଛତ୍ରପୁର ପୁଲିସ । ୨୪ଘଂଟା ନପୁରୁଣୁ ଏହି ଘଟଣାରେ ତିନି ଜଣକୁ ଗିରଫ ସହ ହତ୍ୟା ସମୟରେ ବ୍ୟବହାର ହୋଇଥିବା ଖଣ୍ଡା ଓ ୨ ଠେଙ୍ଗାକୁ ଜବତ କରିଛି ପୁଲିସ । ପୂର୍ବଶତ୍ରୃତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ନେଇ ଛତ୍ରପୁର ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଛତ୍ରପୁର ଏସଡିପିଓ ଚନ୍ଦନ ଘଡାଇ । ଗରିଫ ତିନି ଜଣଙ୍କ ମଧ୍ୟରେ ଦୁଇ ଭାଇ ଦେବୀନଗର ୨ୟ ଲାଇନର ସୁକାନ୍ତ ରାଉତ(୨୭) ଓ ସୁନୀଲ ରାଉତ(୨୪) ଏବଂ ଚର୍ଚ୍ଚ ରୋଡର ଆଶିଷ କୁମାର ବେହେରା ଓରଫ ବାବୁ(୨୨) । ସୂଚନ ଥାଉକି ଛତ୍ରପୁର ଥାନା ଅଧିନ ସାଏବଜେନାପଲ୍ଲୀ ଗ୍ରାମର ଆର.ରାଜା ରାଓଙ୍କୁ କିଛି ଜଣ ମିଶି ହତ୍ୟା କରି ରିକାପଲ୍ଲୀ ଗେଟ ନିକଟ ଥିବା ଏକ ଚିକେନ ଦୋକାନ ପଛପଟେ ଫିଙ୍ଗିଦେଇଥିଲେ । ପରେ ଛତ୍ରପୁର ଥାନାରେ ମୃତକଙ୍କ ଭାଇ ଆର.ଶ୍ରୀକାନ୍ତ ରାଓ ଏତଲା ଦେଇଥିଲେ । ଏତଲାକୁ ଭିତିକରି ପୁଲିସ ଘଟଣା ସ୍ଥଳରେ ପହଂଚି ଛାନଭିନ୍ନ କରିବାସହ ୭୨/୨୬ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ଏନେଇ ଦୁଇଟି ଟିମ ଗଠନ ହୋଇଥିଲା । ଗୋଟେ ଟିମର ନେତୃତ୍ୱ ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚ୍ଚି ମଲ୍ଲ ନେବା ସହ ଅଭିଯୁକ୍ତଙ୍କୁ କଟକରୁ ଧରିଥିଲେ । ଆଜି ତିନି ଜଣକୁ ପୁଲିସ ଘଟଣା ସ୍ଥଳକୁ ନେବାସହ କେଉଁଠି ଖଣ୍ଡା ଓ ଠେଙ୍ଗା ଲୁଚାଇଥିଲେ ତାହା ଦେଖାଇବା ସହ ପୁଲିସ ସେଗୁଡିକୁ ଜବତ ହୋଇଥିଲା । ପୁଲିସ ଅଭିଯୁକ୍ତ ମାନେ ବ୍ୟବହାର କରିଥିବା ୩ଟି ଫୋନ ଓ ମୃତକଙ୍କ ଫୋନ ମଧ୍ୟ ଜବତ କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚ୍ଚି ମଲ୍ଲ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!