ପ୍ରୋଗ୍ରେସିଭ୍ କ୍ଲବ କ୍ରିକେଟ୍ ମାଇଦାନରେ ଭଙ୍ଗାରୁଜା, ଥାନାରେ ଏତଲା |

ଝାରସୁଗୁଡା ଟାଉନ ସ୍ଥିତ ପ୍ରୋଗ୍ରେସିଭ୍ କ୍ଲବ କ୍ରିକେଟ୍ ମାଇଦାନରେ ଘଟିଥିବା ଭଙ୍ଗାରୁଜା ଘଟଣାକୁ ନେଇ ଝାରସୁଗୁଡା ଯୁବ ସଂଘ ତୀବ୍ର ନିନ୍ଦା କରିଛି। ଅଜଣା ବ୍ୟକ୍ତି ମନେ ରାତିରେ ମାଇଦାନର ପିଚ୍‌କୁ ନଷ୍ଟ କରିବା ସହିତ ପ୍ରାକ୍ଟିସ୍ ନେଟ୍ ଓ ଅନ୍ୟାନ୍ୟ ସୁବିଧାକୁ କ୍ଷତିଗ୍ରସ୍ତ କରିଛନ୍ତି।
ଏହା ଯୁବ କ୍ରିକେଟର୍ମାନଙ୍କ ପାଇଁ ଏକ ଗୁରୁତର ଆଘାତ ଓ ଖେଳ ସଂସ୍କୃତି ପ୍ରତି ଅସମ୍ମାନ ବୋଲି ଯୁବ ସଂଘ କହିଛି। ସଂଘର ଅଧ୍ୟକ୍ଷ ପୁରୁଷୋତ୍ତମ ମହାନ୍ତି କହିଛନ୍ତି ଯେ, ଏହି ମାଇଦାନ ଯୁବମାନଙ୍କ ସ୍ୱପ୍ନର କେନ୍ଦ୍ରବିନ୍ଦୁ ଅଟେ।
ଯୁବ ସଂଘ ପୋଲିସ୍ ପାଖରେ ଅଭିଯୋଗ ଦାଖଲ କରି ତୁରନ୍ତ ତଦନ୍ତ, ଦୋଷୀଙ୍କ ଗିରଫ ଓ ରାତିରେ ପ୍ୟାଟ୍ରୋଲିଂ ବଢ଼ାଇବାକୁ ଦାବି କରିଛି। ଏହାସହ ଆଗାମୀରେ ଏପରି ଘଟଣା ନ ହେବା ପାଇଁ କଠୋର ପଦକ୍ଷେପ ନେବାକୁ ମଧ୍ୟ ଆହ୍ୱାନ କରାଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!