ଗଞ୍ଜାମ ଜିଲ୍ଲା ବୁଗୁଡା ଦେୱାନୀ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଦାଲତରେ ଧାର୍ଯ୍ୟ ସମୟ ମତେ ଆଜି ଆଇନଜୀବୀ ସଙ୍ଘର ନିର୍ବାଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ନିର୍ବାଚନ କାର୍ଯ୍ୟକ୍ରମ ରେ ମୋଟ ପାଞ୍ଚ ଗୋଟି ପଦପୀ ଯଥା ସଭାପତି, ଉପସଭାପତି, ସମ୍ପାଦକ, ସହ ସମ୍ପାଦକ ଓ କୋଷାଧ୍ୟକ୍ଷ ପଦପୀ ଲାଗି 10ଜଣ ଆଇନଜୀବୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା। ନିର୍ବାଚନ ପ୍ରକ୍ରିୟା ଆଜି ସକାଳ 10ଘଣ୍ଟ ଠାରୁ ଆରମ୍ଭ ହୋଇ ଦିବା 2ଘଟିକା ଯାଏଁ ଚାଲୁରହିଥିଲା।
ତେବେ ଆଜି ଏହାର ଚୂଡାନ୍ତ ଫଳାଫଳ ଲାଗି କୋର୍ଟ ପରିସର ଚଳଚଞ୍ଚଳ ଓ ଜନଗହଳି ଲାଗି ରହିଛି।53ଜଣ ଆଇନଜୀବୀ ମଧ୍ୟରୁ ଆଜି ସର୍ବମୋଟ 52ଜଣ ମତଦାନ କରିଥିଲେ।
ନିର୍ବାଚନରେ ସଭାପତି ଭାବେ ମାନସ ରଞ୍ଜନ ଦାଶ ବିଜୟୀ ହୋଇଥିବା ବେଳେ ଉପ ସଭାପତି ଭାବେ ସୁବ୍ରତ କୁମାର ପଟ୍ଟନାୟକ ବିଜୟୀ ହୋଇଥିଲେ। ସେହିଭଳି ଭାବେ ସମ୍ପାଦକ ଭାବେ ଶ୍ୟାମ ସୁନ୍ଦର ଵିସୋଇ, ସହ ସମ୍ପାଦକ ଭାବେ ମନୋଜ କୁମାର ପାଣିଗ୍ରାହୀ ବିଜୟ ଲାଭ କରିଥିଲେ।କୋଷାଧ୍ୟକ୍ଷ ଭାବେ କାଂହୁ ଚରଣ ସାହୁ ବିଜୟ ଲାଭ କରିଥିବା ବେଳେ କାର୍ଯ୍ୟକାରୀ ସଦସ୍ୟ ଭାବେ ସରୋଜ କୁମାର ଦାସ ବିଜୟ ଲାଭ କରିଥିଲେ।
