ପ୍ରଶାସନର ବାଲିଘାଟ ଚଢ଼ାଉ, ଟ୍ରାକ୍ଟର ଜବତ:ଧାରା 163ଲାଗୁ

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଭାରପ୍ରାପ୍ତ ଅଧିକାରୀ ଭାବେ ପ୍ରୋବେସନାରୀ ଆଇପିଏସ ନୀତେଶ କୁମାର ମିଶ୍ରଙ୍କ କଡା ପଦକ୍ଷେପ l ବେଆଇନ ବାଲି ଘାଟ ଓ ବାଲି ଚାଲାଣକାରୀଙ୍କୁ ଗୋଡ଼ାଇ ଗୋଡାଇ ଧରୁଛି ପୋଲିସ l ତ୍ରାହି ତ୍ରାହି ଡାକିଲେଣି ବାଲି ମାଫିଆ l ଥାନା ଇଲାକାରେ ବହୁ ବେଆଇନ ବାଲି ଗାଡି ପ୍ରତିଦିନ ଧରାଯାଉଥିବା ବେଳେ ଆଜି ପୁରୁଷୋତ୍ତମପୁର ତହସିଲ ଅଧିନ ମହାଛାଇ ଗ୍ରାମ ପାଖ ଋଷିକୂଲ୍ୟା ନଦୀରୁ ବେଆଇନ ଭାବେ ଚାଲିଥିବା ବାଲିଘାଟ ଉପରେ ଚଢ଼ାଉ କରିଛି ପ୍ରଶାସନ l

ଆଇପିଏସ ଅଧିକାରୀଙ୍କ ନେତୃତ୍ୱରେ ବହୁ ପୋଲିସ କର୍ମଚାରୀ ଓ ପୁରୁଷୋତ୍ତମପୁର ତହସିଲଦାର, ମାଇନିଙ୍ଗ ଅଧିକାରୀ ଅଚାନକ ଘାଟରେ କରିଥିଲେ ଚଢ଼ାଉ l ଚଢ଼ାଉ ବେଳେ ନଦୀ ଭିତରେ ରହିଥିବା ଗୋଟିଏ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରାଯିବା ସହ ବାଲିଘାଟରେ ଲାଗୁ କରାଯାଇଛି ବିଏନଏସ 163 ଧାରା l ଏବଂ ଘାଟକୁ ସଂଯୋଗ କରୁଥିବା ରାସ୍ତାକୁ ଖୋଳି ଘାଟରେ ଲାଲ ପତାକା ଲଗାଇଛି ପ୍ରଶାସନ l

ତେବେ ଏହି ଘାଟରୁ ବାଲି ମାଫିଆଙ୍କ ଦ୍ଵାରା ଲକ୍ଷ ଲକ୍ଷ ସିଏମ୍ ବେଆଇନ ବାଲି ଚାଲାଣ ହେଉଥିବା ନେଇ ପୂର୍ବରୁ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲେ ମଧ୍ୟ ପ୍ରଶାସନ ଜାଣି ଶୁଣି ଉପୁରି ଲୋଭରେ ନୀରବ ରହିଥିଲା l ତେବେ ଥାନାରେ ଆଇପିଏସ ଅଧିକାରୀଙ୍କ ଦାଇତ୍ୱ ଗ୍ରହଣପରେ ଆଜି ବେଆଇନ ବାଲି ଘାଟରେ ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ ନେଇଛି ପ୍ରଶାସନ l

Leave a Reply

Your email address will not be published. Required fields are marked *

error: Content is protected !!