ନବବିବାହିତାଙ୍କ ଦୁଃଖ : ‘ନାଚବାଲିକୁ ଧରି ମୋ ସ୍ବାମୀ ଫେରାର, ମୁଁ ଏବେ କରିବି କଣ’ ?

ନୂଆଦିଲ୍ଲୀ, ୨୧/୨ : ମୋ ସ୍ବାମୀକୁ ସେହି ନାଚବାଲି ଫସେଇ ଦେଇଛି । ତାକୁ ଧରି ଫେରାର ହୋଇଗଲେ । ତାଙ୍କ ଜୀବନ ପ୍ରତି ବିପଦ ଅଛି । ମୁଁ ଏବେ କରିବି କ’ଣ ? ଜଣେ ନବବିବାହିତା ମହିଳା ଆଣିଛନ୍ତି ଏଭଳି ଅଭିଯୋଗ । ଆଲିଗଡ଼ର ବିଲାଲ ନାମକ ଯୁବକ ଡ୍ୟାନ୍ସର ଶବନମ ସହ ଫେରାର ହେବା ପରେ ନିଜ ମନର ଦୁଃଖ ଜଣାଇଛନ୍ତି ତାଙ୍କ ପତ୍ନୀ ।ସେ କହିଛନ୍ତି କି, ନଣନ୍ଦର ବାହାଘରରେ ଆସିଥିବା ଡ୍ୟାନ୍ସର ସବନମ ଔରଫ ସୋନି ମୋ ସ୍ବାମୀଙ୍କ ଫସାଇ ଫେରାର ହୋଇଛି । ମୋ ସଂସାର ସେ ଭାଙ୍ଗି ଦେଇଛି । ମୁଁ ଏବେ ଚଳିବି କେମିତି ।

କହି ରଖୁଛୁ କି, ଗତ ଡିସେମ୍ବର ୩ ତାରିଖରେ ବିଲାଲଙ୍କ ବିବାହ ହୋଇଛି । ସ୍ବାମୀ ସ୍ତ୍ରୀ ବେଶ ଖୁସିରେ ଦିନ କାଟୁଥିଲେ । ମାତ୍ର କିଛିଦିନ ପରେ ତାଙ୍କ ଭଉଣୀଙ୍କ ବାହାଘର ହୋଇଥିଲା । ଏହି ବିବାହରେ ନାଚ କରିବା ପାଇଁ ସୋନୀ ଆସିଥିଲେ । ତାଙ୍କୁ ଛାଡ଼ିଯାଇଥିବାବେଳେ ବିଲାଲଙ୍କ ପ୍ରେମ ହୋଇଯାଇଥିଲା । ସୋନୀଙ୍କ ପ୍ରେମରେ ପଡ଼ିଥିବା ବିଲାଲ ପତ୍ନୀଙ୍କ ସହ ଠିକସେ କଥା ମଧ୍ୟ ହୋଇନଥିଲେ । ଯେଉଁ କାରଣରୁ ପରିବାରରେ ଝଗଡ଼ା ମଧ୍ୟ ହୋଇଥିଲା ।

ଏବେ ନାଚବାଲି ସହ ମୋ ସ୍ବାମୀ ଫେରାର ହୋଇଥିବାବେଳେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ କରିଛନ୍ତି ପତ୍ନୀ । ସେ କହିଛନ୍ତି କି, ସୋନୀଙ୍କ ନାମରେ ହତ୍ୟା ଅଭିଯୋଗ ରହିଛି । ତେଣୁ ସେ ମୋ ସ୍ବାମୀଙ୍କ କିଛି କ୍ଷତି କରିବା ପୂର୍ବରୁ ମୋତେ ଫେରାଇ ଦିଅ ବୋଲି ଆଇନର ସହାୟତା ନେଇଛନ୍ତି । ବିଲାଲଙ୍କ ପରିବାର ଏବେ ଚିନ୍ତାରେ ରହିଛନ୍ତି କି, ତାଙ୍କ ପୁଅର ଯେମିତି କିଛି କ୍ଷତି ନହୁଏ । କାରଣ ସୋନିଙ୍କ ତାଙ୍କ ପୂର୍ବତନ ସ୍ବାମୀଙ୍କ ହତ୍ୟା କରିଛନ୍ତି । ସେପଟେ ଉଭୟ ଏକାଠି ନଜର ଆସିଥିବା ମଧ୍ୟ କିଛି ଲୋକ ଦେଖିଛନ୍ତି । ପୁଲିସ ଖବର ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *

error: Content is protected !!