ରାଜ୍ୟସଭା ନିର୍ବାଚନ: ଗୋଟିଏ ଆସନରେ ପ୍ରାର୍ଥୀ ଦେବ କଂଗ୍ରେସ |

ଶ୍ରୀ ଦାସ ସ୍ପଷ୍ଟ କରିଛନ୍ତି ଯେ, ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ନିଶ୍ଚିତ ଭାବେ ଜଣେ ପ୍ରାର୍ଥୀ ଦିଆଯିବ। ସେ ସ୍ୱୀକାର କରିଛନ୍ତି ଯେ କଂଗ୍ରେସ ପାଖରେ ନିଜେ ଜିତିବା ପାଇଁ ଆବଶ୍ୟକ ସଂଖ୍ୟକ ବିଧାୟକ ନାହାନ୍ତି। ତେବେ ଗଣତନ୍ତ୍ରକୁ ସୁରକ୍ଷିତ ରଖିବା ପାଇଁ ବିରୋଧୀ ଦଳ ଭାବରେ ନିଜର କର୍ତ୍ତବ୍ୟ ତୁଲାଇବାକୁ ଦଳ ପ୍ରସ୍ତୁତ ବୋଲି ସେ କହିଛନ୍ତି।ଭକ୍ତ ଚରଣ ଦାସ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ବିଜେଡି ସଭାପତି ନବୀନ ପଟ୍ଟନାୟକ ସମୟ ଦିଅନ୍ତି, ତେବେ ଏ ନେଇ ଆଲୋଚନା କରିବାକୁ କଂଗ୍ରେସ ପ୍ରସ୍ତୁତ। ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି କଂଗ୍ରେସ ନିଜର ପ୍ରାର୍ଥୀ ଦେବାକୁ ପଛାଇବ ନାହିଁ ବୋଲି ସେ ଦୋହରାଇଛନ୍ତି।

ପ୍ରାର୍ଥୀ ଚୟନ ପ୍ରସଙ୍ଗରେ ସେ କହିଛନ୍ତି, “ଯଦି ବିଜେଡି ଆମ ପ୍ରାର୍ଥୀଙ୍କୁ ସମର୍ଥନ କରେ, ତେବେ ଆମେ ଏକ ନିର୍ଦ୍ଧାରିତ ପ୍ରାର୍ଥୀ ଠିଆ କରାଇବୁ। କିନ୍ତୁ ଯଦି ବିଜେଡି ସମର୍ଥନ ନକରେ, ତେବେ ପାର୍ଟି ଯାହାକୁ ଚୟନ କରିବ, ଆମେ ସେହି ରାଜନୈତିକ ବ୍ୟକ୍ତିଙ୍କୁ ହିଁ ପ୍ରାର୍ଥୀ କରିବୁ।”

Leave a Reply

Your email address will not be published. Required fields are marked *

error: Content is protected !!