ପଞ୍ଚାୟତ ନିର୍ବାଚନ ପୂର୍ବରୁ ନେତା ଗାଁ ମୁଖା।

-ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ନେତା ଏବେ ଗାଁ ମୁଖା ହେଲେଣି। ଏହି ପରିପେଖିରେ କଟକ ସଦର ୪୨-ମୌଜାରେ, ଓଡ଼ିଶା ରାଷ୍ଟ୍ରବାଦୀ ସଂଘ ପକ୍ଷରୁ ଆୟୋଜିତ ସମ୍ବର୍ଧନା ଉତ୍ସବରେ ଯୋଗ ଦେଇଥିଲେ ବରିଷ୍ଠ ନେତା ଗୋଲେଖ ମହାପାତ୍ରଙ୍କ ସହ ଭାଜପା ରାଜ୍ୟ ସମ୍ପାଦିକା ସ୍ମୃତି ପଟ୍ଟନାୟକଙ୍କ । କୃଷକ ନେତା ଦେବୀ ପ୍ରସାଦ ପତିଙ୍କ ନେତୃତ୍ବରେ ସ୍ଥାନୀୟ ବେଣ୍ଟକାର ଠାରୁ ଏକ ବାଇକ ଶୋଭାଯାତ୍ରା ବାହାରି କଳପଡା ଠାରେ ପହଞ୍ଚିଥିଲା, ଯେଉଁଠାରେ ବିଜେପିର ନବ ନିଯୁକ୍ତ ନିର୍ବାଚନ ସହ ପ୍ରଭାରି ପିୟୁଷ ପରିଡାଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା। ସଂଘର ସଭାପତି ଇଂ ଗିରିଜା ଶଙ୍କର ପତିଙ୍କ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଉଭୟ ସହ ପ୍ରଭାରି ଓ ରାଜ୍ୟ ସମ୍ପାଦିକା କୃତଜ୍ଞତା ଜଣାଇଥିଲେ। ତେବେ ଦେଖିବାକୁ ବାକି ରହିଲା ନିକଟରେ ବିଜେପି ଘୋଷଣା କରିଥିବା ନୂଆ ସାଂଗଠନିକ ପଦ ପଦବୀ ଆଗାମୀ ପଞ୍ଚାୟତ ନିର୍ବାଚନ ରେ କେତେ ସଫଳ ହେଉଛି ।

Leave a Reply

Your email address will not be published. Required fields are marked *

error: Content is protected !!