ନିଯୁକ୍ତିମେଳା ନାଁ ରେ ତାମସା ଓ ପ୍ରହସନ |

ଝାରସୁଗୁଡା ଏମସିଏଲ ଅଡିଟରୀୟମ ରେ ଗତକାଲି ଚାଲିଥିଲା ନିଯୁକ୍ତି ମେଳା। ଦିନକ ଆଗରୁ ଝାରସୁଗୁଡା ବିଧାୟକ ଓ ଜିଲ୍ଲାପାଳ ଙ୍କ ଦ୍ୱାରା ଏନେଇ ଆସିଲା ଭିଡିଓ। ପରଦିନ ରାଜସ୍ୱମନ୍ତ୍ରୀ ଙ୍କ ଉଚ୍ଚାଭିଳାଷ ପୂର୍ଣ୍ଣ ମିଳିଲା ବାଇଟ। ହେଲେ ସମସ୍ତେ ଭୁଲିଗଲେ ଆଶାୟୀ ପ୍ରାର୍ଥୀମାନଙ୍କ ବିଷୟରେ। ନା ଥିଲା ଛାଇ ପାଇଁ କୌଣସି ସୁବିଧା, ନା ମିଳିଥିଲା ସଠିକ ପାଣି ପାଇଁ ବନ୍ଦୋବସ୍ତ। ଅନ୍ୟପକ୍ଷରେ, ଜିଲ୍ଲାରେ ଏତେଗୁଡିଏ କମ୍ପାନୀ ଥାଇ ମଧ୍ୟ ସେମାନଙ୍କ ଠିକା ସଂସ୍ଥା ଗୁଡିକ ଆସି କରୁଥିଲେ ନିଯୁକ୍ତି ମେଳା। ପୁଣି ଲୋକାଲ ଯୁବକଙ୍କୁ ବାହାର ରାଜ୍ୟ କୁ ପଠାଇ ସେଠି ନିଯୁକ୍ତି ଦେବା ଭଳି ଅଭିଯୋଗ ଗୁଡିକ ଆସିଥିଲା। ତେବେ ଯେଉଁଠି ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ପାଇଁ ସୁଫଳ ମିଳୁନଥିଲା, ସ୍ଥାନୀୟ କମ୍ପାନୀ ନିଜ ଠିକା ସଂସ୍ଥା କୁ ପଠାଇ ନିଜ ହାତ ଝାଡ଼ି ଦେଇଥିଲେ, ତେବେ ଏଭଳି ନିଯୁକ୍ତି ମେଳା ପ୍ରକୃତରେ ଏକ ପ୍ରହସନ କୁହାଯାଇ ପାରେ। କେବଳ ନେତାମାନେ ନିଜ ବାହାବା ନେବାପାଇଁ ଏଭଳି ଆୟୋଜନ କରି ଜିଲ୍ଲାର ବେକାର ଯୁବକଯୁବତୀ ଙ୍କୁ ଭଣ୍ଡେଇବା ପ୍ରହସନ କରୁଛନ୍ତି ବୋଲି ମତ ପ୍ରକାଶ କରିଥିଲେ ଆଶାୟୀ ପ୍ରାର୍ଥୀ। ତେବେ ଏନେଇ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ କଣ କିଛି ପରିବର୍ତ୍ତନ କରୁଛି ନା ଏଭଳି ପ୍ରହସନ ଓ ପ୍ରହେଳିକା କୁ ଧରି ବସୁଛି ତାହା ଦେଖିବାକୁ ବାକି ରହିଛି।

Leave a Reply

Your email address will not be published. Required fields are marked *

error: Content is protected !!