ଅଭାବି ଧାନ ବିକ୍ରି ଅଘୋଷିତ କଟନୀ ଛଟନିକୁ ନେଇ ବାସୁଦେବପୁର କଂଗ୍ରେସ ତରଫରୁ ଦାବିପତ୍ର ପ୍ରଦାନ।ଅଭାବି ଧାନ ବିକ୍ରି ଅଘୋଷିତ କଟନୀ ଛଟନିକୁ ନେଇ ବାସୁଦେବପୁର କଂଗ୍ରେସ ତରଫରୁ ଦାବିପତ୍ର ପ୍ରଦାନ।

ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଏକ ବିଶାଳ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବାସୁଦେବପୁର କଂଗ୍ରେସ କାର୍ଯ୍ୟାଳୟରୁ ଏକ ବୃହତ୍ ଶୋଭାଯାତ୍ରା ବାହାରି ସହରର ମୁଖ୍ୟ ବଜାର ପରିକ୍ରମା କରିଥିଲା। ପରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ ସମାବେଶ କରାଯାଇଥିଲା।ସମାବେଶ ପରେ ତହସିଲଦାରଙ୍କ ଜରିଆରେ ଓଡ଼ିଶା ସରକାରଙ୍କ ସମବାୟ ମନ୍ତ୍ରୀଙ୍କୁ ଚାଷୀମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କିତ ଦାବିପତ୍ର ପ୍ରଦାନ କରାଯାଇଥିଲା। ମୁଖ୍ୟ ଦାବିମାନଙ୍କ ମଧ୍ୟରେ ଅଭାବୀ ଧାନ ବିକ୍ରି, ଅଘୋଷିତ କଟନି-ଛଟନି, ଧାନ କିଣିବାରେ ବିଳମ୍ବ ଯୋଗୁଁ ଟୋକନ ରଦ୍ଦ ହେବା ଓ ସରକାରୀ ପ୍ରତିଶ୍ରୁତି ପୂରଣ ନହେବା ଇତ୍ୟାଦି ପ୍ରମୁଖ ଭାବେ ଉଠିଥିଲା।ସଭାରେ ଉପସ୍ଥିତ ନେତାମାନେ କହିଥିଲେ ଯେ, ଯଦି ଆଗାମୀ ଦିନରେ ଚାଷୀମାନଙ୍କ ସମସ୍ୟାର ସମାଧାନ ନ କରାଯାଏ, ତେବେ ବାସୁଦେବପୁର କଂଗ୍ରେସ ଓ ଅଞ୍ଚଳର ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନକୁ ତୀବ୍ର କରିବେ। ସେମାନେ ଓଡ଼ିଶା ସରକାରଙ୍କ କଥିତ ଚାଷୀ ବିରୋଧୀ ନୀତିକୁ ମଧ୍ୟ କଟୁ ଆଲୋଚନା କରିଥିଲେ।ଏହି ଚାଷୀ ସମାବେଶରେ ବାସୁଦେବପୁର ବିଧାୟକ ଶ୍ରୀଯୁକ୍ତ ଅଶୋକ କୁମାର ଦାସ, ବ୍ଲକ ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବଳ, ନଗର ସଭାପତି ଶ୍ରୀଯୁକ୍ତ ଭକ୍ତରଞ୍ଜନ ପଟ୍ଟନାୟକ, ଶ୍ରୀଯୁକ୍ତ ବିଜୟ କୁମାର ମହାନ୍ତି, ବିଭିନ୍ନ ଗ୍ରାମ ପଞ୍ଚାୟତ ରୁ ସରପଞ୍ଚ ସମିତି ସଭ୍ୟ ବାସୁଦେବ ପୁର ଅଞ୍ଚଳର ଚାଷୀ ମାନଙ୍କ ସହ ବାସୁଦେବପୁର କଂଗ୍ରେସ ଦଳର ଅନେକ କର୍ମୀ ଓ କର୍ତ୍ତାମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!