ବନ୍ୟଜନ୍ତୁ ଶିକାର ଯୋଜନା ପଣ୍ଡ, 5ଶିକାରୀ ଗିରଫ, ବନ୍ଧୁକ ସହ ମାରଣାସ୍ତ୍ର ଜବତ |

କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ ଅନ୍ତର୍ଗତ ଉର୍ଲାଦାନୀ ସଂରକ୍ଷିତ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର କରିବାକୁ ଯୋଜନା କରୁଥିବା ବେଳେ ବନ ବିଭାଗ କର୍ମଚାରୀମାନେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ବାଇକ ରେ ଦୁଇ ଜଣ ଯାଉଥିବା ବେଳେ ସନ୍ଦେହରେ ଚଢ଼ାଉ କରିଥିଲେ। ସେମାନଙ୍କ ଠାରୁ ବନ୍ୟ ଜନ୍ତୁ ଶିକାର ପାଇଁ ବ୍ୟବହୃତ ବନ୍ଧୁକ, ମାରଣାସ୍ତ୍ର ଜବତ କରି ଏଥିରେ ସମ୍ପୃକ୍ତ 5ଜଣକୁ ଗିରଫ କରିଥିଲା ବନ ବିଭାଗ। ହେଲେ ଘଟଣାସ୍ଥଳରୁ ଅନ୍ୟ ଜଣେ ଅଭିଯୁକ୍ତ ମହାଦେବ ସାହୁ ଫେରାର ହୋଇଯାଇଛି।ଗିରଫ 5ଜଣ ହେଲେ ଏମ ରାମପୁରର ମଳୟ ବାଗ, ଦୀନବନ୍ଧୁ ମହାରଣା, ବିପିନ ଭୋଇ, ବବଲୁ ନାଏକ, ବୁଡୁ ମାଝୀ ବୋଲି ଜଣାପଡିଛି।ଫେରାର ଥିବା ମହାଦେବ କୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ବନ ବିଭାଗ।

Leave a Reply

Your email address will not be published. Required fields are marked *

error: Content is protected !!