ବଦଳି ପାରେ ହଲଦିଆପଦର ଓଭରର୍ବ୍ରିଜ ଢାଞ୍ଚା ।

ହଳଦିଆପଦରରେ ,ବ୍ରିଜ୍‌ର ଢାଞ୍ଚାଗତ ତ୍ରୁଟି ପରଖିଲେ ୪ଜଣିଆ ବୈଷୟିକ ଟିମ। ବହୁବାର ହଳଦିଆପଦର ଓଭରବ୍ରିଜ୍ ଉପରେ ବାରମ୍ବାର ଦୁର୍ଘଟଣା ଘଟିବା ପରେ ଏବେ ସରକାର ନେବାକୁ ଯାଉଛନ୍ତି ଠୋସ ପଦକ୍ଷେପ । ଗତ ଜାନୁଆରୀ ୩୧ ତାରିଖ ଦୁର୍ଘଟଣାରେ ୫ ଜଣଙ୍କଜୀବନ ଚାଲି ଯାଇଥିଲା ।ଯାହାକି ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା । ପରେ ଏହାର ତଦନ୍ତ ହୋଇଥିଲା। ବ୍ରିଜ୍‌ର ନିର୍ମାଣ ଢାଞ୍ଚାଗତ ତ୍ରୁଟି ରହିଥିବା ଜାଣିବାକୁ ମିଳିଥିଲା।ଏହାର ଆକାର ପରିବର୍ତ୍ତନ ନେଇ ଜିଲ୍ଲା ପ୍ରଶାସନ, ମନ୍ତ୍ରୀ ପ୍ରତିକ୍ରିୟା ରଖିବା ପରେ ବିଧାନସଭାରେ ଏହି ମଧ୍ୟ ଏହି ପ୍ରସଙ୍ଗ ଉଠିଥିଲା । ଏବଂ ମାନ୍ୟବର ସୁପ୍ରିମକୋର୍ଟ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ ଭି କରିଥିଲେ । ସରକାର ଏହାର ନକ୍ସାକୁ ତୁରନ୍ତ ବଦଳାଇବା ପାଇଁ ଏକ ବୈଷୟିକ ଟିମ୍‌କୁ ପଠାଇଛନ୍ତି । । ଯେଉଁଥିରେ ବିଭାଗର, ବ୍ରିଜ ,ନକ୍ସା ପ୍ଲାନିଂଗ, ମାନ ନିୟନ୍ତ୍ରଣ ବିଭାଗର ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ମାନେ ସାମିଲ ରହିଛନ୍ତି। ସେମାନେ ଆଜି ନିଜର ଟିମ ସହିତ ପହଞ୍ଚି ମାପଚୁପ କରିଥିଲେ।୨୦୧୫ ମସିହାରୁ ନିର୍ମାଣ ହୋଇଥିବା ଏହି ବ୍ରିଜରେ ବାରମ୍ବାର ଦୁର୍ଘଟଣା ଘଟୁଛି ,କେଉଁଠି ନା କେଉଁଠି ଏହାର ଡ଼ିଜାଇନିଙ୍ଗି ରେ ତ୍ରୁଟି ରହିଛି।ଦୁଇ ଦିନ ଏହାର ସ୍ୱତନ୍ତ୍ର ଟିମ ସ୍ଥିତି ଅନୁଧ୍ୟାନ କରିବେ। ବ୍ରିଜର ରୂପରେଖ କଣ ରହିବ ଅନୁଧ୍ୟାନ ପରେ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବୁ ବୋଲି କହିଛନ୍ତି ସ୍ୱତନ୍ତ୍ର ବୈଷୟିକ ଟିମ ।

Leave a Reply

Your email address will not be published. Required fields are marked *

error: Content is protected !!