ଚାରି ମହଲା କୋଠା ତଳୁ ଯୁବତୀ ର ମୃତ ଦେହ ଉଦ୍ଧାର l

ପାରାଦୀପ ସ୍ଥିତ ତାରିଣୀ ଗଡା ଠାରେ ଚାରି ମହଲା କୋଠା ତଳୁ ଗତ ଗତ 23 ତାରିଖ ଦିନ ଜଣେ ଅଜଣା ଯୁବତୀଙ୍କ ମୃତ ଦେହ ଉଦ୍ଧାର ହେବା ଘଟଣାର ଦିନକ ପରେ ତାଙ୍କର ପରିଚୟ ମିଳିଛି । ମୃତ ଯୁବତୀ ତିର୍ତ୍ତୋଲ ଥାନା କୋଲର ଜଇପୁର ଅଞ୍ଚଳର ବୋଲି ଜଣା ଯାଇଛି । ଯୁବତୀ ଜଣକ ଗତ ଶନିବାର ଠାରୁ ଘରୁ ନିଖୋଜ ଥିବାର ତାଙ୍କର ପରିବାର ପକ୍ଷରୁ ତିର୍ତ୍ତୋଲ ଥାନାରେ ଏକ ଏତାଲା ହୋଇଥିଲା । ଆଜି ସନ୍ଧ୍ୟା ରେ ଆଦର୍ଶ ଥାନା ପୋଲିସ ପୁନର୍ବାର ଘଟଣା ସ୍ଥଳକୁ ଯାଇ ଖାନ ତଲାସ କରିବାରୁ ରୋଷେଇ ଘର ତାଜା ଉପରୁ ମୃତ ଯୁବତୀଙ୍କର ସୁଇଚ ଅପ ଥିବା ମୋବାଇଲ କୁ ଜବତ କରିଥିଲା । ମୋବାଇଲ ସୁଇଚ ଅନ କରିବା ପରେ ଯୁବତୀଙ୍କର ଭାଇ ସେହି ନମ୍ବର କୁ କଲ କରିବା ପରେ ଯୁବତୀଙ୍କ ପରିଚୟ ବାବଦରେ ଜଣା ପଡିଥିଲା । ହେଲେ ସମ୍ପୃକ୍ତ ଯୁବତୀ ସେଠାକୁ କେମିତି ଗଲେ ? କାହା ସହିତ ଗଲେ ? କିଏ ତାଙ୍କୁ ସେଠାକୁ ଡାକିଥିଲା ? ଏହି ଯୁବକ ମାନଙ୍କ ସହିତ ତାଙ୍କର କଣ ସମ୍ପର୍କ ?ଏହାକୁ ନେଇ ତମାମ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଅଧିକ ତଦନ୍ତ ପରେ ସବୁ ଘଟଣାର ପର୍ଦାଫାସ ହେବ ବୋଲି ପୋଲିସ କହିଥିବା ବେଳେ ଯୁବତୀ କୁ ଗଣ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!