କର୍ଣ୍ଣାଟକର କାଙ୍କାନାଡ଼ି ସହରକୁ ଦାଦନ ଖଟିବାକୁ ଯାଇ ସୁନ୍ଦରଗଡ ଜର୍ମାଲର ଜଣେ ବ୍ୟକ୍ତି ମୃତ

କର୍ଣ୍ଣାଟକର କାଙ୍କାନାଡ଼ି ସହରକୁ ଦାଦନ ଖଟିବାକୁ ଯାଇ ସୁନ୍ଦରଗଡ ଜର୍ମାଲର ଜଣେ ବ୍ୟକ୍ତିଙ୍କ ମୃତଶବ
ମାର୍ଚ୍ଚ ୨୯ ତାରିଖ ରବିବାର ଜର୍ମାଲ ଗାଁରେ କଫନରେ ଭରା ହୋଇ ଆସିବା ପରେ ମୃତକଙ୍କ ସ୍ତ୍ରୀ, ତାଙ୍କ ସମ୍ପର୍କୀୟ ଏବଂ ଗାଁ ଲୋକଙ୍କ ଆଖିରେ କୋହ ଭରା ଲୁହ। ସାରା ଗାଁ ସ୍ତବ୍ଧ ହୋଇଛି। ମୃତକ ହେଲେ – ଚୈତନ୍ୟ କିଶାନ – ୩୫ବର୍ଷ। ସେ ନିଜେ ପୋଷି ହେବା ସହ ଦୁଇ ପଇସା ରୋଜଗାର କରି ତାଙ୍କ ପରିବାର ପୋଷିବା ଉଦ୍ଦେଶ୍ୟରେ ଦାଦନ ଖଟିବାକୁ ଯାଇ ଥିଲେ, ହେଲେ ତାଙ୍କ ମର ଶରୀର ଫେରିଲା। ଏକ୍ସପର୍ଟ କଲେଜ, ବାଲାଚିଲା, ମାଙ୍ଗାଲୋରରେ ରଙ୍ଗ ଲଗାଉଥିବା ବେଳେ ପ୍ରାୟ ୫୦ ଫୁଟ ଉପରୁ ପଡ଼ି ତାଙ୍କର ଗତ ୨୭ ତାରିଖ ଦିନ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!