ରାୟଗଡା ରାଜ୍ୟସରକାର ଙ୍କ ଉପରେ ଗର୍ଜିଲେ ବିଜୁ ଜନତା ଦୋଳ ପକ୍ଷରୁ ଚାଷିମାରଣ ନୀତି, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ପ୍ରତିଶ୍ରୁତି, ଧାନ ଟୋକେନ,ଖିଲାପୀ ବିରୁଦ୍ଧରେ ରାୟଗଡ଼ ସଦରମହକୁମା ସ୍ଥିତ କପିଳାସ ହୋଟେଲ ଛକ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଉପରୋକ୍ତ ବିଷୟକୁ ନେଇ ଏକ ବିକ୍ଷୋଭଶୋଭାଯାତ୍ରା କରାଯାଇଥିଲା। ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନେତୃତ୍ବରେ ଶତାଧିକ କର୍ମୀ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଠାରେ ମାଲ୍ୟାର୍ପଣ କରିବା ପରେ ସ୍ଥାନୀୟ କପିଳାସ ଛକରେ ସରକାରଙ୍କ ବିରୋଧରେ ପ୍ରତିବାଦ କରିଥିଲେ। ପରେ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏନେଇ ଏକ ଦାବିପତ୍ର ଜିଲ୍ଲପାଳଙ୍କ ଜରିଆରେ ମୁଖ୍ଯମନ୍ତ୍ରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଶୋଭାଯାତ୍ରାରେ ତିନୋଟି ନିର୍ବାଚନ ମଣ୍ଡଳୀର ଶତାଧିକ କର୍ମୀ ଯୋଗଦେଇଥିଲେ। ଆୟୋଜିତ ପ୍ରତିବାଦ ସଭାରେ ଅନ୍ଯମାନଙ୍କ ମଧ୍ଯରେ ବରିଷ୍ଠ ବିଜେଡି ନେତା ସୁଧିର ଦାଶ,ଜଗଦୀଶ ପାତ୍ର ଓ ସଭାନେତ୍ରୀ ଅନୁସୟା ମାଝୀ ଓ କର୍ମୀ ମାନେ ପ୍ରମୁଖ ଉପସ୍ଥିତ ଥିଲେ
