ବଲାଙ୍ଗିର ଜିଲ୍ଲାର ବହୁ ଚର୍ଚ୍ଚିତ ବିବାଦ ତଥା ଓଡ଼ିଶାର ଯାତ୍ରା ଜଗତରେ ବିବାଦରେ ରହିଥିବା ଅଭିନେତ୍ରୀ ନିଶା ମହାରଣା ଆଜି ବଲାଙ୍ଗିର କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ଆଜି ମଧ୍ୟାହ୍ନରେ ସେ ତାଙ୍କ ଓକିଲଙ୍କ ସହିତ ଆସି ଆତ୍ମ ସମର୍ପଣ କରିଥିଲେ । ବଲାଙ୍ଗିର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଚନ୍ଦନ ଭାଟି ଗାଁ ରେ ଯାତ୍ରା ସମୟରେ ନିଶା ମହାରଣାଙ୍କ ଅଶ୍ଳୀଳ ନାଚ ପ୍ରଦର୍ଶନ କୁ ନେଇ ରୁଜୁ ହୋଇଥିବା ମାମଲା ରେ ସେ ଆତ୍ମସମର୍ପଣ କରିଥିବା ଜଣାପଡିଛି । ପ୍ରକାଶ ଯେ ନିଶା ମହାରଣାଙ୍କ ଅଶ୍ଳୀଳ ନାଚ ପ୍ରଦର୍ଶନ କୁ ନେଇ ଅନେକ ସମୟରେ ପ୍ରତିକ୍ରିୟା ପ୍ରକାଶ ପାଏ । କିନ୍ତୁ ବଲାଙ୍ଗିର ରେ ଆକ୍ସନ ନେଇଥିଲା ପୋଲିସ । ଚନ୍ଦନଭାଟି ରେ ଆୟୋଜିତ ହୋଇଥିବା ଏକ ଯାତ୍ରାରେ ସେ ଅଶ୍ଳୀଳ ନାଚ ପ୍ରଦର୍ଶନ କରିଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଏବଂ ଚନ୍ଦନ ଭାଟି ଫାଣ୍ଡିର ଅଧିକାରୀ ଙ୍କୁ ମଧ୍ୟ ବଦଳି କରିଥିଲା । ବଲାଙ୍ଗିର ପୋଲିସ ର ଏକ ଟିମ୍ ଭୁବନେଶ୍ବର ଯାଇ ତାଙ୍କୁ ଖୋଜୁଥିଲେ ହେଁ ପାଇନଥିଲା । ଇତି ମଧ୍ୟରେ ସେ ଆଗୁଆ ଜାମିନ ପାଇଁ ମଧ୍ୟ ଆବେଦନ କରିଥିବା ଜଣାପଡିଥିଲା । ତେବେ ଆଜି ନିଶା ମହାରଣା ବଲାଙ୍ଗିର କୁ ଆସି କୋର୍ଟ ରେ ଆତ୍ମ ସମର୍ପଣ କରିଥିବା ଜଣାପଡିଛି । ତାଙ୍କ ସହିତ ତାଙ୍କ ଓକିଲ ମଧ୍ୟ ରହିଥିଲେ । ତେବେ କୋର୍ଟ ରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଆଗୁଆ ଜାମିନକୁ ମଞ୍ଜୁରୀ ଦେଇ ତାଙ୍କୁ ସର୍ତମୂଳକ ଜାମିନରେ ଛାଡିଥିବା ନିଶା ମହାରଣା ଙ୍କ ଓକିଲ କହିଛନ୍ତି । ଆଗାମୀ ଦିନରେ ଯଦି ନିଶା ମହାରଣା ସେହି ଭଳିଆ ଘଟଣାର ପୁନରା ବୃତ୍ତି କରନ୍ତି ତାହେଲେ ତାଙ୍କର ବେଲ ରଦ୍ଧ ହୋଇ ପାରେ ବୋଲି ଅଦାଲତ କହିଥିବା ନିଶା ମହାରଣାଙ୍କ ଓକିଲ ସୂଚନା ଦେଇଛନ୍ତି ।
