ଗଞ୍ଜାମ ଜିଲ୍ଲାର କରାପଲ୍ଲୀ ଗାଁରେ ଆଜି ଏକ ଭାବପ୍ରବଣ ବିଦାୟ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆସାମ ରୁ ଆସିଥିବା ସତ୍ୟଜିତ ମଣ୍ଡଳ ପରିମଳ ଫାଉଣ୍ଡେସନ ସହ ଜଡିତ ଏବଂ OSEPA ର ଗଞ୍ଜାମ ଡିଷ୍ଟ୍ରିକ୍ଟ ଇଞ୍ଚାର୍ଜ, ତାଙ୍କର ଏକମାସିଆ ଗୋଷ୍ଟି ସହାଭାଗୀତା କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ କରିଛନ୍ତି।
ଏହି ଏକ ମାସ ଧରି ସେ କରପଲ୍ଲୀ ଗାଁର ଶ୍ରୀ ସୁଶୀଲ ନାହାକଙ୍କ ଘରେ ରହି ସ୍ଥାନୀୟ ପରିବାର ସହ ଜୀବନ ଯାପନ କରିଥିଲେ — ଯାହା ତାଙ୍କୁ ଗ୍ରାମୀଣ ଜୀବନକୁ ଆଉ ଗଭୀର ଭାବେ ବୁଝିବାର ସୁଯୋଗ ଦେଇଥିଲା।
ହାଇସ୍କୁଲ ର ପ୍ରଧାନଶିକ୍ଷକ ଅଭିମନ୍ୟୁ ପ୍ରଧାନ, ଶିକ୍ଷକମାନେ ବିକ୍ରମ ବେହେରା, ସୁନିତା ଦାସ, ଗୀତାଞ୍ଜଳି ବେହେରା, ଉମାଶଙ୍କର ରାଉଲୋ, ଧୀରେନ୍ଦ୍ରନାଥ ସଭାପତି, ପୂର୍ଣ୍ଣଚନ୍ଦ୍ର ନାହାକ, ଗୋପାଳ ନାହାକ ଓ କ୍ଲାସ ୧ ରୁ ୧୦ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
