ଅପରାହ୍ନ ୪ ସମୟରେ ଜାତୀୟ ରାଜପଥ ୧୬ ନମ୍ବର ମଙ୍ଗୁଳି ଛକ ନିକଟରେ ଏକ କଣ୍ଟେନର ଟ୍ରକ୍ ଟି ଜଳିବାକୁ ଲାଗିଲା ଅଳ୍ପ ସମୟ ମଧ୍ୟରେ ପୁରା ଟ୍ରକ୍‌କୁ ନିଆଁ ବ୍ୟାପି ଯାଇଥିଲା।

ଆଜି ଅପରାହ୍ନ ୪ ସମୟରେ ଜାତୀୟ ରାଜପଥ ୧୬ ନମ୍ବର ମଙ୍ଗୁଳି ଛକ ନିକଟରେ ଏକ କଣ୍ଟେନର ଟ୍ରକ୍ ଟି ଜଳିବାକୁ ଲାଗିଲା ଅଳ୍ପ ସମୟ ମଧ୍ୟରେ ପୁରା ଟ୍ରକ୍‌କୁ ନିଆଁ ବ୍ୟାପି ଯାଇଥିଲା। ପରେ ଚାଉଳିଆଗଞ୍ଜ Fire Station ର ଫାୟାର ବ୍ରିଗେଡ ଟିମ୍ ଘଟଣାସ୍ଥଳକୁ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମଙ୍ଗୁଳି ଛକ ନିକଟରେ ଥିବା Eicher Motors ଶୋରୁମ୍ ପାଖରେ ଛିଡ଼ା ହୋଇଥିବା ଏକ କଣ୍ଟେନାର୍‌ରେ ହଠାତ୍ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ନିଆଁ କଣ୍ଟେନାର୍‌ର ଆଗ ପାର୍ଶ୍ୱ ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିଲା।
ସ୍ଥାନୀୟ ଲୋକମାନେ ତୁରନ୍ତ ଫାୟାର ବ୍ରିଗେଡକୁ ସୂଚନା ଦେଇଥିଲେ। ଖବର ପାଇ ଫାୟାର ଟିମ୍ ଶୀଘ୍ର ଘଟଣାସ୍ଥଳରେ ପହଞ୍ଚି ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିଥିଲେ। ନିଆଁ କୁ ଆୟତ୍ତ କରିବାକୁ ଏକ ଘଣ୍ଟା ରୁ ଅଧିକ ସମୟ ଲାଗି ଯାଇଥିଲା।
ଷୌଭାଗ୍ୟବଶତଃ ଘଟଣା ସମୟରେ କଣ୍ଟେନାର୍‌ରେ ଡ୍ରାଇଭର କିମ୍ବା ଖଲାସୀ କେହି ଉପସ୍ଥିତ ନଥିବାରୁ କୌଣସି ପ୍ରାଣହାନି ଘଟିନାହିଁ। ତେବେ ନିଆଁ ଲାଗିବାର ସ୍ପଷ୍ଟ କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *

error: Content is protected !!