ଘରେ ପଶି ମାରଣାସ୍ତ୍ର ଦେଖାଇ ସର୍ବସ୍ୱ ଲୁଟିନେଲେ ଦୁର୍ବୁର୍ତ୍ତ।

ରାୟଗଡା ସହରେ ଘଟିଛି ଅଭାବ ନିୟ ଘଟଣା ।ଘରେ ପଶି ବନ୍ଧୁକ ଦେଖାଇ ଲୁଟି ନେଲେ ସୁନା ଅଳଙ୍କାର ଓ ଆସବାବପତ୍ର ।ରାୟଗଡା ସହର ରିଙ୍ଗ ରୋଡ଼ ସ୍ଥିତ ଅଗ୍ନିଶମ କାର୍ଯ୍ୟାଳୟ ନିକଟରେ ଘଟିଛି ଏହିଭଳି ଘଟଣା।ପୂର୍ତ୍ତ ବିଭାଗ କର୍ମଚାରୀ ବସନ୍ତ କୁମାର ମିଶ୍ରଙ୍କ ଘରୁ ହୋଇଛି ଏହି ଲୁଟ୍।ଡକାୟତ ମାନେ ଘରେ ପଶି ବସନ୍ତ ମିଶ୍ରଙ୍କୁ ନିସ୍ତୁକ ମାଡ ମାରିବା ସହିତ ତାଙ୍କୁ ବାନ୍ଦୀ ତାଙ୍କ ମୁହଁରେ ସେଲୋ ଟ୍ୟାପ ଲଗାଇ ଘର ବାହାର ପଟରୁ କବାଟ ବନ୍ଦ କରି ଚାଲି ଯାଇଥିଲେ। ଲୁଟେରା ଙ୍କ ମାଡ ରେ ଲାହୁ ଲୁହାଣ ହୋଇଛନ୍ତି ବସନ୍ତ । ତାଙ୍କୁ ଗୁରୁତ୍ୱର ଅବସ୍ଥାରେ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ଏନେଇ ରାୟଗଡା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବସନ୍ତ।

Leave a Reply

Your email address will not be published. Required fields are marked *

error: Content is protected !!