ନବରଙ୍ଗପୁର ଜିଲ୍ଲାରୁ ଆସୁଛି ଏକ ଦୁର୍ଘଟଣାର ଖବର…
ରାଇଘର ବ୍ଲକ କୁନ୍ଦେଇ ଥାନା ଅନ୍ତର୍ଗତ କିବେକଙ୍ଗା ଗ୍ରାମ ନିକଟରେ ଗୋରୁ ବୋଝେଇ ଏକ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି।
ସୂଚନା ଅନୁସାରେ, ଗାଡିଟି ଭାରସାମ୍ୟ ହରାଇ ରାସ୍ତା ପାଖରେ ଥିବା ଇଲେକ୍ଟ୍ରିକ୍ ପୋଲକୁ ଧକ୍କା ଦେଇ ପରେ ଏକ ଦୋକାନ ଘରକୁ ପଶିଯାଇଥିଲା।
ଘଟଣା ପରେ ଡ୍ରାଇଭର ଗାଡିକୁ ଛାଡ଼ି ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।
ଘଟଣା ସମ୍ପର୍କରେ ଗ୍ରାମବାସୀମାନେ କୁନ୍ଦେଇ ପୋଲିସକୁ ସୂଚନା ଦେବା ପରେ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଜବତ କରି ଥାନାକୁ ନେଇଯାଇଛନ୍ତି।
ତେବେ ଘଟଣା ସମ୍ପର୍କରେ ଥାନା ଅଧିକାରୀଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିନଥିବା ବେଳେ, ଏବେ ଘଟଣାର ତଦନ୍ତ ଜାରି ରହିଛି…”
