ଗଞ୍ଜାମ ସୋରଡା ଥାନା ପାଟପଲ୍ଲୀ ଗାଁ ନିକଟ ବାଉଁଶିଆ ଛକ ଠାରେ ସରକାରୀ ବସ୍ ସହିତ ବୁଲେଟ ବାଇକ୍ ମୁହାମୁହିଁ ଧକ୍କା ହୋଇଛି ।ଘଟଣା ସ୍ଥଳରେ ବୁଲେଟ ରେ ବସିଥିବା ତିନି ଜଣକ ମୃତ୍ୟୁ ହୋଇଛି ।ମୃତକ ମାନେ ହେଲେ ମାଣିଆକାଟି ଗ୍ରାମର ଶଙ୍କର ଗୌଡ,କାଳିଆ ଗୌଡ ଓ ଶିଲୁ ମୁଳି ।ସୂଚନା ମୁତାବକ ଆଜି ସନ୍ଧ୍ୟା ସାତଟା ସମୟରେ ମାଣିଆକାଟି ଗ୍ରାମର ତିନି ଜଣ ଯୁବକ ସୋରଡା ରୁ କାମ ସାରି ନିଜ ଘରକୁ ଫେରୁଥିବା ବେଳେ ବାଉଁଷିଆ ଛକ ଠାରେ ଭାରସାମ୍ୟ ହରାଇ ବିପରୀତ ଦିଗରୁ ଆସୁଥିବା ସରକାରୀ ବସ୍ ସହିତ ମୁହାମୁହିଁ ଧକ୍କା ହୋଇଥିଲା ।ଫଳରେ ବାଇକ୍ ରେ ବସିଥିବା ତିନି ଜଣ ଯୁବକ ବସ୍ ରେ ପିଟି ହୋଇ ଚକା ତଳେ ପଡି ଯାଇଥିଲେ ।ଘଟଣା ସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଛି ।ଖବର ପାଇ ଅଗ୍ନିଶମ ବାହିନୀ ଓ ସୋରଡା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରି ସୋରଡା ମେଡିକାଲରେ ଆଣି ଭର୍ତ୍ତି କରିଛନ୍ତି ।ଘଟଣା ସ୍ଥଳରେ ଚାପା ଉତେଜନା ଥିବା ବେଳେ ପୋଲିସ ପହଂଚି ପରିସ୍ଥିତି କୁ ନିୟନ୍ତ୍ରଣ କରିଛି ।
