ଗ୍ରାମବାସୀଙ୍କ ସୁବିଧା ପାଇଁ କୋଟିଏ ଟଙ୍କାର ସମ୍ପତ୍ତି ଦାନକଲେ ସେନାପତି ପରିବାର। |

ଗ୍ରାମବାସୀଙ୍କ ଯାତାୟାତ ରେ ସୁବିଧା ପାଇଁ କୋଟିଏ ଟଙ୍କାର ସମ୍ପତ୍ତି ଦାନକଲେ ସେନାପତି ପରିବାର। କଟକ ଜିଲ୍ଲା ଆଠଗଡ ବ୍ଲକ ଇଚ୍ଛାପୁର ପଞ୍ଚାୟତର ଗୁଡୁପଡା କୁ ଯିବାପାଇଁ ଭଲ ରାସ୍ତା ଖଣ୍ଡେ ନଥିଲା। ବର୍ଷା ଦିନେ ମାଟି ପଚ ପଚ କାଦୁଅ ରାସ୍ତାରେ ଯିବା ଆସିବା କରୁଥିଲେ ସ୍ଥାନୀୟ ଅଞ୍ଚଳବାସୀ। କେବଳ ଗୁଡୁପଡା ଗ୍ରାମବାସୀ ନୁହଁନ୍ତି ସେହି ରାସ୍ତା ଦ୍ବାରା ଢେଙ୍କାନାଳ ଜିଲ୍ଲାର ଅନେକ ପଞ୍ଚାୟତର ଲୋକ ଭୁବନେଶ୍ବର ଯା ଆସ କରିଥାନ୍ତି। ଉକ୍ତ ରାସ୍ତା ଟି ଏକ ବ୍ଯକ୍ତିଗତ ଜମିରେ ଯାଉଥିବାରୁ ଦୀର୍ଘଦିନ ହେବ ରାସ୍ତା ନିର୍ମାଣ ହୋଇ ପାରୁନଥିଲା ତେବେ ଇଚ୍ଛାପୁର ଏବଂ ଶଙ୍କରପୁର ପଞ୍ଚାୟତର ସରପଞ୍ଚଙ୍କ ମିଳିତ ଉଦ୍ୟମରେ ଶଙ୍କରପୁର ଗ୍ରାମର ସେନାପତି ପରିବାର ଙ୍କୁ ବୁଝାସୁଝା ପରେ ସେମାନେ କୋଟିଏ ଟଙ୍କାରୁ ଉର୍ଦ୍ଧ୍ବ ଜମିକୁ ଦାନ କରିଥିଲେ ଫଳରେ ଆଠଗଡ ବିଧାୟକଙ୍କ ବ୍ୟକ୍ତିଗତ ଅର୍ଥରେ ଶଙ୍କରପୁର ଠାରୁ ଗୁଡୁପଡା ରାସ୍ତା ସିମେଣ୍ଟ କଂକ୍ରିଟ ହୋଇପାରିଛି। ଆଜି ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହାର ଶୁଭ ଉଦ୍ଘାଟନ କରିବା ସହ ଏହାଦ୍ୱାରା ଗ୍ରାମବାସୀ ବହୁ ଉପକୃତ ହେବେ ବୋଲି କହିଛନ୍ତି ଆଜି ଠାରୁ ଏହା ସେନାପତିମାର୍ଗ ନାମରେ ଉକ୍ତ ରାସ୍ତାକୁ ନାମିତ କରାଗଲା ବୋଲି ବିଧାୟକ କହିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!