ଡ୍ରଗ୍ସ ସେବନ କରି ଧରାପଡ଼ିଲେ ପୂର୍ବତନ ବିଆର୍‌ଏସ୍‌ ବିଧାୟକ |

ହାଇଦ୍ରାବାଦ: ହାଇଦ୍ରାବାଦ ନିକଟବର୍ତ୍ତୀ ଏକ ଫାର୍ମହାଉସରେ ହାଇପ୍ରୋଫାଇଲ ପାର୍ଟି ଚାଲିଥିବାବେଳେ ପୁଲିସଚଢ଼ଉକରି ପୂର୍ବତନ ବିଆର୍ଏସ୍ ବିଧାୟକ ପାଇଲଟ ରୋହିତ ରେଡ୍ଡୀଙ୍କ ସମେତ ପାଞ୍ଚ ଜଣଙ୍କୁ ଡ୍ରଗ୍ସ ସେବନ ନେଇ ପଜିଟିଭ୍ ପାଇଛି। ଶନିବାର ରାତିରେ ଏଲିଟ୍ ଆକ୍ସନ ଗ୍ରୁପ୍ ଫର୍ ଡ୍ରଗଲ ଏନଫୋର୍ସମେଣ୍ଟ (ଇଗଲ୍) ଟିମ୍ ସ୍ଥାନୀୟ ପୁଲିସ ସହିତ ମିଶି ଚଢ଼ଉ କରିଥିଲା।

ରୋହିତ ରେଡ୍ଡୀଙ୍କ ଫାର୍ମ ହାଉସ୍ରେ ଡ୍ରଗ୍ ପାର୍ଟି ଚାଲିଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ପୁଲିସ ମୋଇନାବାଦ ସ୍ଥିତି ଭିଏମ୍ଆର୍ ଫାର୍ମହାଉସରେ ଚଢ଼ଉ କରିବା ସମୟରେ ଜଣେ ମହିଳାଙ୍କ ସମେତ ୧୦ ଜଣ ଲୋକ ଉପସ୍ଥିତ ଥିଲେ ବୋଲି ଚେଭେଲ୍ଲା ପୁଲିସ ଡେପୁଟି କମିଶନର ଯୋଗେଶ ଗୌତମ କହିଛନ୍ତି। ଏଥିରେ ରାଜନେତା, ରିୟଲ ଇଷ୍ଟେଟ ବ୍ୟବସାୟୀ ଓ ଅନ୍ୟ ପ୍ରଫେସନାଲ ରହିଥିଲେ।

ରୋହିତ ରେଡ୍ଡୀଙ୍କ ସହିତ ଇଲୁରୁର ଟିଡିପି ସାଂସଦ ପୁଟ୍ଟ ମହେଶ କୁମାର ମଧ୍ୟ ଏହି ପାର୍ଟିରେ ଉପସ୍ଥିତ ଥିଲେ। ପୁଲିସ କହିଛି ପାର୍ଟିରେ ଥିବା ଦିଲ୍ଲୀର ରିୟଲ ଇଷ୍ଟେଟ ବ୍ୟବସାୟୀ ନମିଥ୍ ମିଶ୍ର ‘ଇଗଲ’ ଟିମ୍କୁ ଦେଖି ଫାଙ୍କା ଗୁଳିଚାଳନା କରିିଥିଲେ। ପାର୍ଟିରେ ଥିବା ରିତେଶ ରେଡ୍ଡୀ ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କର ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ନମିଥ୍ ଗୁଳିଚାଳନା କରିଥିଲେ। କେଉଁ କାରଣରୁ ଗୁଳିଚାଳନା କରାଯାଇଥିଲା ପୁଲିସ ତା’ର ତଦନ୍ତ କରୁଛି। ପାର୍ଟିରୁ ଦୁଇ ଗ୍ରାମ ଓଜନର ଧଳା ପାଉଡର ଜବତ କରାଯାଇଥିଲା। ଏହା ଅବକାରୀ ହୋଇଥିବା ସନ୍ଦେହ କରାଯାଉଛି।

Leave a Reply

Your email address will not be published. Required fields are marked *

error: Content is protected !!