ରାୟଗଡା ଜିଲ୍ଲା ବିଷମ କଟକ ଥାନା ଅଞ୍ଚଳରୁ ସନ୍ଦୋହଜନକ ଭାବେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ବିଷମ କଟକ ସହରର ନିବାସୀ ନବୀନ ସନ୍ତୋଷ ରାୟ । ବିଷମ କଟକ ଥାନା ଅଧିନ ଚାଟିକଣା ପଞ୍ଚାୟତ ହାଡ ଶିଙ୍କୁଳି ଗ୍ରାମର ନଳିନୀ ବିଦ୍ୟା ମନ୍ଦିର ନିକଟ ଏକ ଧାନ କିଆରିରୁ ସନ୍ତୋଷଙ୍କ ମୃତଦେହ ଉଦ୍ଧାର ହୋଇଛି ।ଆଜି ସକାଳେ ସ୍ଥାନୀୟ ଲୋକେ ଧାନ କିଆରିରେ ମୃତଦେହ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ବିଷମ କଟକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ ସନ୍ତୋଷ ଗତ ଦୁଇ ଦିନ ହେଲା କୁଆଡେ ଚାଲି ଯାଇଥିଲେ । ପରିବାର ପକ୍ଷରୁ ଖୋଜା ଚାଲିଥିଲା । ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ଖବର ପାଇଛନ୍ତି । ଏନେଇ ପରିବାର ପକ୍ଷରୁ ବିଷମ କଟକ ଥାନାରେ ଏତଲା ଦିଆଯାଇଛି ।
