ବଡ଼ ମେଡିକାଲର କରୁଣ ଚିତ୍ର;ହାତ ବିନ୍ଧାରୁ ଚାଲିଗଲା ଜୀବନ |

କଟକ : ହାତ ବିନ୍ଧାରୁ ଅସ୍ତ୍ରୋପଚାର, ପରେ ଚିକିତ୍ସା ଅବହେଳାରୁ ନଷ୍ଟ ହୋଇଗଲା ହାତ।ପୁନର୍ବାର ଅସ୍ତ୍ରୋପଚାର ଯୋଗୁଁ ରୋଗୀର ମୃତ୍ୟୁ ଅଭିଯୋଗ।

କଟକ ବଡ଼ ମେଡିକାଲରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ମୃତକ ଜଣକ କଟକ ପଟାପୋଲ ଅଞ୍ଚଳର ଆରତୀ ଦାସ(ରାକ୍ଷୀ) ବୋଲି ଜଣାପଡିଛି। ଆରତୀଙ୍କର ସାମାନ୍ୟ ହାତ ବିନ୍ଧା ଯୋଗୁଁ ସେ ସର୍ଜରୀ ବିଭାଗରେ ଚିକିତ୍ସିତ ହେଉଥିଲେ।ପ୍ରଥମେ ତାଙ୍କର ଏକ ଅସ୍ତ୍ରୋପଚାର କରାଯାଇଥିଲା। କିନ୍ତୁ କୌଣସି ସୁଫଳ ମିଳିନଥିଲା। ହାତରେ ପୁନର୍ବାର ଯନ୍ତ୍ରଣା ହେବାରୁ ତାଙ୍କର ପୁନର୍ବାର ଅସ୍ତ୍ରୋପଚାର କରାଯାଇଥିଲା। କିନ୍ତୁ ଆଜି ତାଙ୍କର ମୃତ୍ୟୁ ହୋଇଛି। ତ୍ରୁଟି ପୁର୍ଣ୍ଣ ଚିକିତ୍ସା ଯୋଗୁଁ ତାଙ୍କର ମୃତୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାସହ ପରିବାର ଲୋକେ ନ୍ୟାୟ ଦାବିରେ ଧାରଣା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!