ରାଜ୍ୟ ସ୍ପ୍ରିଣ୍ଟ୍‌ ପ୍ରତିଯୋଗିତା ଉଦ୍‌ଘାଟିତ: କଟକ ଓ କିଟ୍‌ ଖେଳାଳିଙ୍କ ଚମକ

ଓଡ଼ିଶା ଦୌଡ଼କୁଦ ସଂଘ (ଓଏଏ) ପକ୍ଷରୁ ପ୍ରଥମ ଓଡ଼ିଶା ରାଜ୍ୟ ସ୍ପ୍ରିଣ୍ଟ୍ ପ୍ରତିଯୋଗିତା କଟକସ୍ଥିତ ରିଜର୍ଭ ପୁଲିସ ପଡ଼ିଆରେ ଶନିବାର ଉଦ୍ଘାଟିତ ହୋଇଛି। ଉଦ୍ଘାଟନୀ ଦିବସରେ କଟକ ଓ କିଟ୍ର ପ୍ରତିଯୋଗୀମାନେ ଏକପ୍ରକାର ଅଧିପତ୍ୟ ବିସ୍ତାର କରିଛନ୍ତି। ପ୍ରଥମ ଦିନରେ ୧୦ଟିରୁ ଅଧିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ବାଳକ ବର୍ଗର ୧୦୦ ମିଟର ଦୌଡ଼ରେ କେନ୍ଦ୍ରାପଡ଼ାର ଶୁଭମ ପ୍ରକାଶ ସାହୁ, କିଟ୍ର ଚିନ୍ମୟ ନାଗ, ଯାଜପୁରର ଚିନ୍ମୟ ସାସମଲ ଏବଂ ୪୦୦ ମିଟର ଦୌଡ଼ରେ ଯାଜପୁରର ବାପି ହାଁସଦା, ସୁନ୍ଦରଗଡ଼ର ସ୍ବପ୍ନିଲ ଆହିର, କିଟ୍ର ଜିତେନ ବାଗ ଯଥାକ୍ରମେ ପ୍ରଥମ ୩ ସ୍ଥାନରେ ରହିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!