ଏଲ୍,ପି,ଜି,ର ସଙ୍କଟ ଓ ଏହାର ମୁକାବିଲା ଦାବିରେ କଂଗ୍ରେସ ପକ୍ଷରୁ ସ୍ମାରକପତ୍ର ପ୍ରଦାନ।

ବାଲେଶ୍ଵର—
ବିଜେପି ସରକାର ସାଧାରଣ ଜନତାଙ୍କୁ ଏକ ସଙ୍କଟ ମୁହାଁ ପରିସ୍ଥିତି ଆଡ଼କୁ ଟାଣି ନେଉଛନ୍ତି।ସାରା ଦେଶ ସମେତ ରାଜ୍ୟରେ ଏଲପିଜି ଗ୍ୟାସ ପାଇଁ ହାହାକାର ପଡ଼ିଛି। ସରକାର ଘରୋଇ ଗ୍ୟାସ ଟାଙ୍କି ପିଛା ୬୦ ଟଙ୍କା ଓ ବ୍ୟବସାୟିକ ଟାଙ୍କି ପିଛା ୧୧୫ ଟଙ୍କା ଦର ବଢ଼େଇ ଦେବା ସହିତ ଖାଇବା ତେଲ ଦର ବଢ଼େଇ ଦେଇଛନ୍ତି। ଏହାର ପ୍ରତିବାଦରେ ବାଲେଶ୍ଵର ଜିଲ୍ଲା କଂଗ୍ରେସ ସଭାପତି ସତ୍ୟଶିବ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ଦିବା ୧୧ ଘଟିକା ସମୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହି ପ୍ରତିନିଧି ଦଳରେ ଜିଲ୍ଲା ସଭାପତିଙ୍କ ସମେତ ସଦର ନିର୍ବାଚନମଣ୍ଡଳୀର ଯୁବନେତା ସରୋଜ କୁମାର ଲେଙ୍କା, ଯୁବକଂଗ୍ରେସ ସଭାପତି ରଞ୍ଜନ କୁମାର ଦାସ, ବରିଷ୍ଠ କାଉନସିଲର ପଦ୍ମଲୋଚନ ଲେଙ୍କା ସୁଶ୍ରୀ ଅର୍ଚ୍ଚନା ନନ୍ଦୀ, ଜ୍ୟୋତ୍ସ୍ନା ସେନାପତି, ଉର୍ମିଳା ମାଝୀ, ବିଧାନ ଜେନା, ରେମୁଣା ବ୍ଲକ ସଭାପତି କହ୍ନେଇ ବେହେରା,ଅସଗର ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!