ତୈଳ ସଂରକ୍ଷଣ ସଚେତନତା ଅଭିଯାନ ‘ସକ୍ଷମ ୨୦୨୬’ |

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଅଧୀନରେ ତୈଳ ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ‘ସକ୍ଷମ ୨୦୨୬’ର ଉଦଯାପନୀ ସମାରୋହ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ତୈଳ କମ୍ପାନିଗୁଡ଼ିକ ପକ୍ଷରୁ ମିଳିତ ଭାବେ ଆୟୋଜନ କରାଯାଇଥିବା ଏହି ୧୫ ଦିନିଆ କାର୍ଯ୍ୟକ୍ରମରେ ଭାରତୀୟ ତୈଳ ନିଗମର ରାଜ୍ୟ ମୁଖ୍ୟ କମଲ ଶିଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।ସେ ଭାରତ ଓ ବିଶ୍ବର ତୈଳ ଦୃଶ୍ୟପଟ୍ଟ ଉପରେ ଆଲୋଚନା କରିବା ସହିତ ଆଗାମୀ ଦିନରେ କିଭଳି ତୈଳ ଚାହିଦା ବଢ଼ିବ ତାହା ଉପରେ ଆଲୋକପାତ କରିଥିଲେ। ସାମ୍ପ୍ରତିକ ସ୍ଥିତିକୁ ନଜରରେ ରଖି ଭବିଷ୍ୟତ ପାଇଁ ଆମକୁ ତୈଳ ସଂରକ୍ଷଣ ଉପରେ ଧ୍ୟାନ ଦେବାକୁ ପଡ଼ିବ ବୋଲି ସେ କହିଥିଲେ।ସଙ୍ଗୀତ ନାଟକ ଏକାଡେମି ପୁରସ୍କାରପ୍ରାପ୍ତ ଡକ୍ଟର ସଙ୍ଗୀତା ଗୋସାଇଁ ଯୁବପିଢ଼ିଙ୍କ ମଧ୍ୟରେ ସଂରକ୍ଷଣ ଅଭ୍ୟାସ ଜାଗ୍ରତ କରିବାର ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ।କାର୍ଯ୍ୟକ୍ରମରେ ଏଚ୍ପିସିଏଲ୍, ବିପିସିଏଲ୍, ଗେଲ୍ ଓ ଆଇଓସିଏଲ୍ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଗଣ ସଚେତନତା ଅଭିଯାନରେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଅନ୍ତଃ ରାଜ୍ୟ ଚିତ୍ରାଙ୍କନ ପ୍ରତିଯୋଗିତାର ବିଜେତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗେଲ୍ର ପ୍ରବନ୍ଧକ (ଓଆଣ୍ଡ୍ଏମ୍) ବିପିନ ଚନ୍ଦ୍ରନ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!