୨୦୧୯ ମସିହା ଫେବୃଆରୀ ୧୪ ତାରିଖ ଜାମ୍ମୁକାଶ୍ମୀର ପୂଲୱାମା ଠାରେ ଆତଙ୍କ ବାଦୀଙ୍କ ବିସ୍ଫୋରଣରେ ୪୦ ଜଣ ବୀର ଜୱ।ନ୍ ସହିଦ ହୋଇଥିଲେ। ସେହି ଦିବସକୁ ମନେ ପକାଇବା ପାଇଁ ବୀର ସହିଦଙ୍କ ଅମରଆତ୍ମାର ସଦଗତି ନିମନ୍ତେ ଏକ ନିଆରା ପ୍ରୟାସ କରିଛି ” ଆମ ଅଧିକାର ” ସଂଗଠନ । କଟକ ଜିଲ୍ଲା ,କଣ୍ଟାପଡ଼ା ବ୍ଲକ୍ ଅନ୍ତର୍ଗତ ରାଜବିଦ୍ୟା କେନ୍ଦ୍ର ରବିନାରାୟଣ ନଗର ସାଇଲୋ ବଡବିଲ ଠାରେ ସଂଗଠନର କାର୍ଯ୍ୟାଳୟ ପରିସରରେ ସହିଦଙ୍କ ସ୍ମୃତିଚାରଣ, ସମେତ ଶ୍ରଦ୍ଧାଞ୍ଜଳି, ପିଣ୍ଡଦାନ, ଦୀପଦାନ ଦିଆଯାଇଛି। ସମସ୍ତ ୪୦ ଜଣ ସହିଦଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଓ ପୁଷ୍ପାଞ୍ଜଳି ଦେଇ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ଶୋଭାଯାତ୍ରାରେ ବୀର ସହିଦଙ୍କ ଆତ୍ମାର ଅମର ରହୁ ବୋଲି ନାରାବାଜି ଦିଆଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବହୁ ଅବସରପ୍ରାପ୍ତ ଯବାନ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଛି। ଏହି ଅବସରରେ ସ୍ୱଚ୍ଛାକୃତ ରକ୍ତଦାନ ଶିବିର କରାଯାଇଥିଲା।
“ଆମ ଅଧିକାର “ଅନୁଷ୍ଠାନର ସଭାପତି ପ୍ରଦୀପ କୁମାର ସାହୁ ଏହି ଦେଶାତ୍ମକ ବୋଧକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅବସରପ୍ରାପ୍ତ ସେନା ଯବାନ, ସମାଜ ସେବୀ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
