ଖୋର୍ଦ୍ଧା-୯୦ ପ୍ରତିଶୋଧ ଡିବ୍ୟାଙ୍ଗ ଙ୍କୁ ସାତସପନ ପାଲଟିଛି ଆନ୍ତୋଦୟ ଗୃହ ଯୋଜନା ।
ଦିବ୍ୟାଙ୍ଗ ଭିର୍ଣ୍ଣକ୍ଷମ ମାନଙ୍କ ପାଇଁ ସରକାରଙ୍କର ଯେଉଁ ସବୁ ଯୋଜନା ରହିଛି ତାହା ଏବେ ବେଗୁନିଆ ବ୍ଲକ ରେ ବାଟ ବଣା ପାଲଟିଛି ।
କେବେ ମିଳିବ ଏ ଦିବ୍ୟାଙ୍ଗ ମାନଙ୍କୁ ସରକାର ଯୋଗାଇ ଦେଉଥିବା ଯୋଜନା ଗୁଡିକ । ସତରେ କଣ ବିଜେବି ସରକାର ଲୋକଙ୍କ ସରକାରରେ ଦିବ୍ୟାଙ୍ଗ ମାନେ ଅଲୋଡା ।କେବେ ମିଳିବ ଦିବ୍ୟାଙ୍ଗ ମାନଙ୍କୁ ଏକ ପକ୍କା ଘର । ତାହା ଏକ ବଡ଼ ପ୍ରଶ୍ନ ଉଠିଛି ଜନ ସାଧାରଣଙ୍କ ମନରେ । ଆଜ୍ଞା ହଁ ୟେକଥା ଆମେ କହୁନାହୁଁ କହୁଛନ୍ତି ବେଗୁନିଆ ବ୍ଲକ ଗଡମାଣତ୍ରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଛିଆଁମ ଗ୍ରାମ 11 ନମ୍ବର ୱାର୍ଡ ର ପ୍ରାଣନାଥ ବେହେରା ଙ୍କର ୯୦% ପ୍ରତିସଦ ଦିବ୍ୟାଙ୍ଗ ବଡ଼ ପୁଅ ଜମ୍ବେଶ୍ଵର ବେହେରା ଙ୍କ ପରିବାର ଓ ଏହି ଗ୍ରାମ ର ଗ୍ରାମବାସୀମାନେ । ଘଟଣାଟି ଏହି ପ୍ରକାରର ୯୦% ପ୍ରତିସଦ ଦିବ୍ୟାଙ୍ଗ ଜମ୍ବେଶ୍ଵର ବେହେରା ଙ୍କୁ ଏକ ପକ୍କା ଘର ଯୋଗାଇ ଦେବାରେ କାହାର ରହିଛି ତ୍ରୁଟି ଏହା ତଦନ୍ତ ହେବା ନିହାନ୍ତି ଆବଶ୍ୟକ । ଜମ୍ବେଶ୍ଵର ବେହେରା ଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେତେ ବେଳେ ତାଙ୍କ ଗ୍ରାମ କୁ ପକ୍କା ଘର ପାଇଁ ସର୍ଭେ ହେଉଥିଲା ସେତେ ବେଳେ ଯେଉଁ ସାର ମାଡାମ ଆସିଥିଲେ ଜମ୍ବେଶ୍ଵର ଙ୍କୁ ବୟସ ହୋଇନି ଓ ବିଭାହିତ ହୋଇନାହାନ୍ତି ବୋଲି କହି ନୂତନ ତାଲିକାରେ ୯୦% ପ୍ରତିସଦ ଦିବ୍ୟାଙ୍ଗ ଜମ୍ବେଶ୍ଵର ବେହେରା ଙ୍କ ନାମକୁ ଯୋଡିବା ବଦଳରେ କାଟି ଦେଇଥିଲେ । ସତରେ କଣ ଦିବ୍ୟାଙ୍ଗଭିର୍ଣ୍ଣକ୍ଷମ ମାନଙ୍କୁ ବିଭାହ ନକରିଲେ ଏ ବିଜେବି ସରକାର ପକ୍କା ଘର ଖଣ୍ଡେ ଦେବେ ନାହିଁ । ନାଁ ଘର ନମିଳିବା ପଛରେ କେଉଁ କୁଜି ନେତାଙ୍କ ହାତ ନାହିଁ ତ । ଏହା ଏକ ବଡ଼ ପ୍ରଶ୍ନ ବାଚକ । ସେ ଯାହାବି ହେଉ ୯୦% ପ୍ରତିସଦ ଦିବ୍ୟାଙ୍ଗ ଜମ୍ବେଶ୍ଵର ବେହେରା ଙ୍କୁ ଏକ ଅନ୍ତୋଦୟ ଗୃହ ଯୋଜନାରେ ଏକ ପକ୍କା ଘର ସହିତ ଔଷଧି ଖାଇବା ପାଇଁ କିଛି ଆର୍ଥିକ ସାହାଯ୍ୟ ଯୋଗାଇ ଦେବାକୁ ପରିବାର ଲୋକ ମାନଙ୍କ ସହିତ ଗ୍ରାମ ବାସୀ ସରକାରଙ୍କୁ ଅନୁରୋଧ କରିଛନ୍ତି ।
