ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ: ମା’ ଆଣିଲେ ସାଂଘାତିକ ଅଭିଯୋଗ

ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ହରିହର ଯୋର(ଠେଙ୍ଗୋ ଡ୍ୟାମ)ଫାଣ୍ଡି ଅଞ୍ଚଳରେ ଜଣେ ହାଇସ୍କୁଲ ପଢୁଆ ନାବାଳିକାଙ୍କୁ ଅପହରଣ ହୋଇଥିବା ଅଭିଯୋଗ ହୋଇଛି। ନାବାଳିକା ଜଣକ ବହଳପଦର ପଞ୍ଚାୟତ ଅଞ୍ଚଳର ହୋଇଥିବା ବେଳେ ସେ ଉକ୍ତ ଅଞ୍ଚଳର ଏକ ହାଇସ୍କୁଲରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ।

ନାବାଳିକା ଜଣଙ୍କୁ କେନଝିରିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତେଲିପାଲି ଗ୍ରାମର ବାଲ କିଶୋର ଡୁମୁରିଆ (୨୧) ନାମକ ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କ ସହଯୋଗରେ ତାଙ୍କ ଘରୁ ଅପହରଣ କରି ନେଇଥିବା ନାବାଳିକାଙ୍କ ମା’ ଠେଙ୍ଗୋ ଡ୍ୟାମ ଫାଣ୍ଡିରେ ଅଭିଯୋଗ କରିଛନ୍ତି।

ଏନେଇ ଫାଣ୍ଡିରେ କେସ ନଂ ୧୭/୨୬ ରେ ଏକ ମାମଲା ରୁଜୁ ହୋଇଛି। ଠେଙ୍ଗୋ ଡ୍ୟାମ ଫାଣ୍ଡି ଅଧିକାରୀ ବିଭୂନ୍ଦ୍ର ବରାଳ ଏହାର ତଦନ୍ତ ଭାର ନେଇ ଅଧିକ ତଦନ୍ତ କରିବା ସହିତ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ ନାବାଳିକାଙ୍କୁ ଉଦ୍ଧାର କରାଯାଇପାରି ନ ଥିବା ବେଳେ ଅପହରଣକାରୀଙ୍କ କୌଣସି ପତ୍ତା ମିଳିପାରି ନାହିଁ। ତେବେ ଘଟଣାଟି ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ହୋଇଛି।

Leave a Reply

Your email address will not be published. Required fields are marked *

error: Content is protected !!