ବିପୁଳ କଫ ସିରଫ ଜବତ: ୧୨ ଗିରଫ

ସୋନପୁର ଜିଲ୍ଲାରେ ନିଶା କାରବାର ଉପରେ ରୋକ ଲଗାଇବାକୁ ପୋଲିସର କଡା ପଦକ୍ଷେପ । ବିଭିନ୍ନ ସ୍ଥାନରେ ଚଢାଉ କରି କଫ ସିରଫ ଜବତ କରୁଛି ପୋଲିସ୍। ବରଗଡ ଜିଲ୍ଲା ଅଂଚଳରୁ ସୋନପୁର ଦେଇ ଚାଲାଣ ହେଉଥିବାବେଳେ ୯ ହଜାର ବୋତଲ କଫସିରପ ଜବତ କରିବାରେ ସଫଳ ହୋଇଛି ଜିଲ୍ଲା ପୋଲିସ। ଯାହାର ମୂଲ୍ୟ ୧୮ ଲକ୍ଷ ହେବ। ଏବଂ ବର୍ଷେ ମଧ୍ୟରେ ମୋଟ ୧୨ ହଜାର ବୋଟଲ କଫସିରପ ଜବତ କରିସାରିଛି ।ଯାହାର ମୂଲ୍ୟ ୬୦ ଲକ୍ଷ ଟଙ୍କା ହେବ ବୋଲି କହିଛନ୍ତି ଏସପି ନାରାୟଣ ନାୟକ। ଏହି ମାମଲାରେ ୧୨ ଜଣଙ୍କକୁ ଗିରଫ କରିବାସହ ୫ ଗୋଟି ଚାରିଚକିଆ ଏବଂ ଦୁଇଗୋଟି ବାଇକ ମଧ୍ୟ ଜବତ କରାଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!