ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀ ମୃତ ଜଣେ ଗୁରୁତର |

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଭାଲୁମୁଣ୍ଡା – ଆଲୁଅ ଝରଣା ପୂର୍ତ୍ତ ରାସ୍ତା ଅନ୍ତର୍ଗତ ବଡଜୋରା ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣଙ୍କର ମୃତ ଘଟିଛି। ସୂଚନା ମୁତାବକ ସାଆନ୍ଦା ଫାଣ୍ଡି ଅନ୍ତର୍ଗତ ତରହତା ଗ୍ରାମର ପ୍ରଦୀପ ନାଏକ ଓ ଅନ୍ୟ ଜଣେ ହେଉଛନ୍ତି ଅନୁଗୋଳ ଜିଲ୍ଲା ଥର୍ମାଲ ଅଞ୍ଚଳର ସିଂଘମ ନାଏକ ବୋଲି ଜଣାପଡିଛି ଦୁହେଁ ମୋଟରସାଇକେଲ ଯୋଗେ ଯାତ୍ରା ଦେଖିବାକୁ ଯାଉଥିବା ବେଳେ ବଡଜୋରା ନିକଟରେ ସମ୍ମୁଖରୁ ଆସୁଥିବା ଅଜଣା ଗାଡ଼ି ଧକ୍କା ଦେଇଥିଲା। ଫଳରେ ଉଭୟ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ସିଂଘମ ନାଏକ ଙ୍କୁ ଚିକିତ୍ସକ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ,ପ୍ରଦୀପ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପରଜଙ୍ଗ ଥାନା ଅଧିକାରୀ ମାନେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି

Leave a Reply

Your email address will not be published. Required fields are marked *

error: Content is protected !!