-ରାସ୍ତା ରୁ ଡକାୟତି ଘଟଣା ର ପର୍ଦ୍ଦାଫାଶ କଲା ବାଲିଚନ୍ଦ୍ରପୁର ଥାନା ପୋଲିସ। ଦୁଇ ଜଣ ଯୁବକ ମାହାଙ୍ଗା ବ୍ଲକ କୋଳିଅଠା ଗ୍ରାମ ରୁ ବାହାଘର ପ୍ରୋଗ୍ରାମ ସୁଟିଂ ସାରି ଘରକୁ ଫେରୁଥିବା ସମୟରେ ପାଞ୍ଚ ଜଣ ଦୃର୍ବୁତ୍ତ ରାସ୍ତା ରେ ଯୁବକ ଙ୍କୁ ଅଟକାଇ ବନ୍ଧୁକ ଦେଖାଇ ସେମାନଙ୍କ ନିକଟ ରୁ କ୍ୟାମେରା, ମୋବାଇଲ, ବାଇକ ଚାବି ନେଇ ଫେରାର ହୋଇ ଯାଇଥିଲେ। ଏ ନେଇ ବାଲିଚନ୍ଦ୍ରପୁର ଥାନା ରେ ଲିଖିତ ଅଭିଯୋଗ ପରେ ପୋଲିସ ଘଟଣା ର ତଦନ୍ତ ଚଳାଇ ଏହି ଘଟଣା ରେ ପାଞ୍ଚ ଜଣକୁ ଗିରଫ କରିଛି। ଗିରଫ ଯୁବକ ଙ୍କ ମଧ୍ୟରେ ତିନି ଜଣ ନାବାଳକ ରହିଛନ୍ତି। ସେମାନଙ୍କ ନିକଟ ରୁ ଦୁଇଟି ବାଇକ, କ୍ୟାମେରା, ନକଲି ବନ୍ଧୁକ, ମୋବାଇଲ ଜବତ ହୋଇଛି। ଯାଜପୁର SDPO ଏ ନେଇ ସାମ୍ବାଦିକ ସମ୍ମିଳନୀ ଜରିଆ ରେ ସୂଚନା ଦେଇଛନ୍ତି। ଆଉ କେଉଁ ଘଟଣା ରେ ଏମାନଙ୍କ ସଂପୃକ୍ତି ରହିଛି ସେ ନେଇ ପୋଲିସ ଘଟଣା ର ଅଧିକ ତଦନ୍ତ ଚଳାଇଛି।
