ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅଧିନସ୍ଥ ବ୍ରଜନାଥପୁର ଗ୍ରାମ ପଞ୍ଚୟତ ନିକଟସ୍ତ ଗୋଡ଼ିବନ୍ଧ ଠାରେ ଅଞ୍ଚଳବାସି ଙ୍କ ଉଦ୍ୟମରେ ବୁଧବାର ହାଟ ଉଦଘାଟନ ସମାରୋହରେ ବ୍ରଜନାଥପୁରଗ୍ରାମ ପଞ୍ଚାୟତ ସରପଂଚ ଶ୍ରୀଯୁକ୍ତ ନରେଶ ଚନ୍ଦ୍ର ବେହେରା ଏବଂ ହରିହର ପୁର ସରପଞ୍ଚ ଶ୍ରୀମତୀ ଦୀପ୍ତି ମୟୀ ପ୍ରଧାନ , ଶ୍ରୀଯୁକ୍ତ ବିଭୁପ୍ରସାଦ ପତି(ଆନଦ ଭାଇ)ଙ୍କ ( ସଭାପତତ୍ବରେ ଆୟୋଜିତ ହାଟରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ତାଳଚେର ବିଧାୟକ ଶ୍ରୀଯୁକ୍ତ। ବ୍ରଜକିଶୋରପ୍ରଧାନ(ବାପୁ ଭାଇ) ଯୋଗ ଦେଇ,ଏହି ବୁଧବାର ହାଟକୁ ଅନୁଷ୍ଟନିକ ଭାବେ ଉଦଘାଟନ କରିଥିଲେ।
ଗୋଡ଼ିବନ୍ଧ ବଜାର ସହିତ ଆଖପାଖ ଅଞ୍ଚଳରୁ ବହୁ ଚାଷୀ ନିଜ କ୍ଷେତରୁ ପରିବା ଫସଲ କୁ ଆଣି ବିକ୍ରି କରିଥିଲେ। ଏ ଅଞ୍ଚଳରେ ବୁଧବାର ହାଟନଥିବାରୁ ଏହି ବୁଧବାର ହାଟର ଗୁରୁତ୍ୱ ରହିବ ବୋଲି ଖାଉଟିମାନଙ୍କ ମଧ୍ୟରେ ଆଲୋଚନା ହେଉଛି।
ବଜାର ବାସୀଙ୍କ ପକ୍ଷରୁ ଏକ କମିଟି କରାଯାଇ କ୍ରେତା ଓ ବିକ୍ରେତା ମାନଙ୍କ ସୁବିଧା ପ୍ରତି ନଜର ରଖା ଯାଇଥିବା ବେଳେ
ଏହି ହାଟରେ ଜୁଆ ଓ ନିଶା କାରବାର ନ କରାଇ ଦେବା ସକାଶେ ନଜର ରଖାଯାଇଛି।
ଆଗାମୀ ହାଟରେ ଆହୁରି ପଚାଶରୁ ଉର୍ଦ୍ଧ ଛାମୁଣ୍ଡିଆର ବ୍ୟବସ୍ଥା କରାଯିବ ବୋଲି ମାନ୍ୟବର ତାଳଚେର ବିଧାୟକ ଶ୍ରୀଯୁକ୍ତ ବ୍ରଜକିଶୋର ପ୍ରଧାନ(ବାପୁ ଭାଇ) ପ୍ରକାଶ କରିଛନ୍ତି।
