ବିରୂପା ନଦୀ ବରଜେ ନିକଟରୁ ଦୁଇଟି ମୂର୍ତ ଦେହ ଉଦ୍ଧାର। କଟକ ଜିଲ୍ଲା ଚୌଦ୍ୱାର ବିରୂପା ବ୍ୟାରେଜ 1ନମ୍ବର ଗେଟ ନିକଟରେ ଦୁଇଟି ଯୁବକ ଙ୍କ ମୃତ ଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଚୌଦ୍ବାର ପୋଲିସ ଙ୍କୁ ଖବର ଦେଇଥିଲେ, ଅଗ୍ନି ଶ୍ରମ ବିଭାଗ ପହଞ୍ଚି ମୃତ ଦେହ ଉଦ୍ଧାର କରି ଛି। ଉଭୟ ଚୌଦ୍ବାର ମଣ୍ଡା ପଡ଼। ଅଞ୍ଚଳର ଦେବାଶିଷ ସାହୁ,ଓ ସୁଭାଶିଷ ସାହୁ। ଦୁଇ ଭାଇ ଗତ ଦୁଇ ଦିନ ତଳେ ନିଖୋଜ ଥିଲେ।ତାଙ୍କ ପରିବାର ଲୋକେ ଚୌଦ୍ବାର ଥାନା ରେ ଅଭିଯୋଗ କରିଥିଲେ।ଆଜି ସକାଳୁ ସ୍ଥାନୀୟ ଲୋକେ ଦେଖି ପୋଲିସ କୁ ଖବର ଦେଇଥିଲେ।ତାଙ୍କର ଗୋଟିଏ ମୋଟର ସାଇକେଲ ବିରୂପା ବ୍ୟାରେଜ ନିକଟରୁ ଠାବ କରାଯାଇଛି। ମୁର୍ତୁ ର କାରଣ ଅସ୍ପଷ୍ଟ ଥିବା ବେଳେ,ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
