ଗାଁ ପାଖରେ ହାତୀ ପଲ |

ଜଙ୍ଗଲ ନଷ୍ଟ କଲେ ଏ ପରି ଭାବରେ ହଇରାଣ ହେବାକୁ ପଡେ ଯାହା ଆଜି ସକାକୁ ସକାଳୁ ଦେଖିବାକୁ ମିଳିଛି ଆଠଗଡ଼, ଜଙ୍ଗଲ ଛାଡି ଏବେ ଗାଁ ମୁଁହା ହାତୀ ପଲ, ଗାଁ ପାଖ ରେ ହାତୀଙ୍କୁ ଦେଖି ଲୋକେ ଆତଙ୍କିତ, ଆଠଗଡ ବନଖଣ୍ଡ ଅନ୍ତର୍ଗତ ବେଣ୍ଟପଦା ନିକଟସ୍ଥ ମାନପୁର ଗାଁ ନିକଟରେ ହାତୀପଲ। ହାତୀପଲ ମଧ୍ଯ ରେ ଦୁଇଟି ବଡ ହାତୀ ରହିଥିବା ବେଳେ ଦୁଇଟି ଛୁଆ ହାତୀ ରହିଛନ୍ତି। ହାତୀପଲ ଙ୍କୁ ଜଗି ରହିଛନ୍ତି ଆଠଗଡ ବନ କର୍ମଚାରୀ । ଗାଁ ପାଖରେ ହାତୀପଲ ରହିଥିବାରୁ ସ୍ଥାନୀୟ ଲୋକ ଭୟଭୀତ। ଗାଁ ପାଖରେ ଥିବା ପରିବା ଫସଲ ନଷ୍ଟ କରୁଛନ୍ତି ହାତୀପଲ, ଚାଷୀ ଙ୍କ ସହ ସ୍ଥାନୀୟ ଲୋକେ ହାତୀ କୁ ଘଉଡ଼ାଇଵା ପାଇଁ ହାତୀ ପାଖକୁ ଚାଲି ଯାଇଥିବରୁ ବନବିଭାଗ ପକ୍ଷରୁ ଲୋକଙ୍କୁ ହାତୀ ଙ୍କ ପାଖକୁ ନଯିବା ଲାଗି ପ୍ରଚାର କରି ଅନୁରୋଧ କରିଛନ୍ତି |

Leave a Reply

Your email address will not be published. Required fields are marked *

error: Content is protected !!