ବସୁଲେଇ ଗ୍ରାମରେ ମଦ ମୁକ୍ତ ଅଭିଯାନ ମଦ୍ୟପ ଓ ବିକ୍ରେତା ଙ୍କ ସୂଚନା ଦେଲେ ମିଳିବ ପୁରସ୍କାର |

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧିନସ୍ଥ ବସୁଲେଇ ପଞ୍ଚାୟତ ସରପଞ୍ଚ ଅଶାନ୍ତି ରାଉତଙ୍କ ନେତୃତ୍ୱରେ ମଦ ମୁକ୍ତ ବସୁଲେଇ ଗ୍ରାମ ଅଭିଯାନ ଆରମ୍ଭ ହୋଇଛି। ବୁଧବାର ପଞ୍ଚାୟତର ପ୍ରାୟ ୮୧ ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ଗ୍ରାମର ରାମ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିବା ସହ ମଦ ମୁକ୍ତ ଅଭିଯାନ ଉପରେ ବିଭିନ୍ନ ନାରାବାଜି କରାଯାଇ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ। ଗ୍ରାମରେ କୈଣସି ବ୍ୟକ୍ତି ମଦ୍ୟପାନ କରିବେ ନାହିଁ କି ବିକ୍ରି କରାଇ ଦିଆଯିବ ନାହିଁ।ଯଦି କେହି ଏହାର ଖିଲାପ କରେ ସୂଚନାଦାତାଙ୍କୁ ୧୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ଏବଂ ଯଦି କେହି ମଦ୍ୟପାନ କରେ ଉକ୍ତ ବ୍ୟକ୍ତିଙ୍କ ପାଖରୁ ପାଞ୍ଚ ହଜାର ଜୋରିମାନା ଆଦାୟ କରାଯିଵ ବୋଲି ବୋଲି ସରପଞ୍ଚ ଶ୍ରୀମତୀ ରାଉତ ଚେତାବନୀ ଦେଇଛନ୍ତି। ଏହି ଅଭିଯାନ କାର୍ଯ୍ୟକ୍ରମରେ ଗ୍ରାମ୍ୟ କମିଟି ସଭାପତି ସଞ୍ଜୟ କୁମାର ରାଉତ,ସିଆରପି ସଙ୍ଗୀତା ଶତପଥୀଙ୍କ ସମେତ ଶତାଧିକ ଗ୍ରାମବାସୀ ସାମିଲ ରହିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!