ମାଆ ଓ ବାପା—ଏଇ ବିଶ୍ୱ ସୃଷ୍ଟିର ଅମୂଲ୍ୟ ଅଂଶ।
ମାତା–ପିତାଙ୍କ ବିନା ଜୀବନ ଓ ସଂସାରର ଅର୍ଥ ଅସମ୍ପୂର୍ଣ୍ଣ।
କିନ୍ତୁ ଆଧୁନିକତାର ଦୌଡ଼ରେ
ଆଜିର ସମାଜରେ ଅନେକ ସନ୍ତାନ
ନିଜ ମାଆ–ବାପା, ମାତୃଭାଷା ଓ ଭିଟାମାଟିକୁ
ଅଲୋଡ଼ା ଭାବି ଦୂରେଇ ଯାଉଥିବା ଦେଖାଯାଉଛି।
ଯେଉଁ ମାଆ–ବାପା ନିଜ ରକ୍ତ–ଘାମ ଝରାଇ
ସନ୍ତାନକୁ ମଣିଷ କରିଥାନ୍ତି,
ବୃଦ୍ଧାବସ୍ଥାରେ ସେମାନେ ଆଜି
ଅବହେଳାର ଶିକାର ହୋଇ
ଜରାଶ୍ରମର ଆଶ୍ରୟ ନେଉଛନ୍ତି।
ଏଭଳି ସମାଜିକ ବାସ୍ତବତାକୁ ପରିବର୍ତ୍ତନ କରି
ଯୁବପିଢ଼ୀକୁ ସଠିକ୍ ଦିଗଦର୍ଶନ ଦେବା ଉଦ୍ଦେଶ୍ୟରେ
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକର କତକଳା ଦିବ୍ୟ ଦର୍ଶନ ଆଶ୍ରମରେ
ଏକ ଆଧ୍ୟାତ୍ମିକ ଧାର୍ମିକ କାର୍ଯ୍ୟକ୍ରମ—
ବ୍ରହ୍ମଯଜ୍ଞ, ଜ୍ଞାନଯଜ୍ଞ ଓ ସତସଙ୍ଗ
ଅନୁଷ୍ଠିତ ହୋଇଯାଇଛି।
କତକଲା ଗ୍ରାମ ନିକଟସ୍ଥ ଏହି ଦିବ୍ୟଦର୍ଶନ ଜରାଶ୍ରମ
ଅବହେଳିତ ଓ ଅସହାୟ ମାଆ–ବାପାଙ୍କୁ
ନିଜ ସନ୍ତାନ ଭଳି ଆପଣାଇ ନେଇ
ସାହାରା ଓ ସମ୍ମାନ ସହ ବଞ୍ଚିବାର ଆଶା ଦେଇଆସୁଛି।
ଦିବ୍ୟଦର୍ଶନ ଚାରିଟେବୁଲ ଟ୍ରଷ୍ଟର
ସଭାପତି ମନୋଜ କୁମାର ସାହୁଙ୍କ ସଭାପତିତ୍ୱରେ
ଆୟୋଜିତ ଏହି ସତସଙ୍ଗରେ
ଗୁରୁ ପ୍ରଭାକର ପ୍ରଧାନ
ଜୀବନର ସତ୍ୟ ମୂଲ୍ୟବୋଧ,
ମାଆ–ବାପାଙ୍କ ସମ୍ମାନ
ଓ ଶାନ୍ତିପୂର୍ଣ୍ଣ ଜୀବନ ପାଇଁ
ଜ୍ଞାନଦୀପର ଆବଶ୍ୟକତା ଉପରେ
ସତସଙ୍ଗ ବାଣୀ ପ୍ରଦାନ କରିଥିଲେ।
୨୦୧୮ ମସିହାରେ ପ୍ରତିଷ୍ଠିତ
ଦିବ୍ୟଦର୍ଶନ ଚାରିଟେବୁଲ ଟ୍ରଷ୍ଟ
ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହ
ସମାଜସେବା କ୍ଷେତ୍ରରେ
ନିରନ୍ତର ସକ୍ରିୟ ରହିଆସୁଛି
ଏବଂ ପ୍ରତିମାସ ବିଶେଷ ପର୍ବରେ
ସତସଙ୍ଗ ଆୟୋଜନ କରୁଛି।
