ସରକାରୀ ଯୋଜନା ସତ୍ତ୍ବେ କର୍ଣ୍ଣାଟକରେ ୪.୮ ଲକ୍ଷ ଶିଶୁ କୁପୋଷଣର ଶିକାର |

ବେଙ୍ଗାଲୁରୁ: ରାଜ୍ୟ ସରକାରଙ୍କ ବିଭିନ୍ନ ପୋଷଣ ଯୋଜନା ସତ୍ତ୍ବେ କର୍ଣ୍ଣାଟକରେ ଶୂନରୁ ୬ ବର୍ଷ ବୟସ ପର୍ଯ୍ୟନ୍ତ ୪ ଲକ୍ଷ ୭୯ ହଜାର ଶିଶୁ କୁପୋଷଣର ଶିକାର ଥିବା ଜଣାପଡ଼ିଛି। ଫଳରେ ବୟସ ଅନୁସାରେ ସେମାନଙ୍କ ଉଚ୍ଚତା ସଠିକ୍ ଭାବେ ବୃଦ୍ଧି ପାଉନଥିବା କୁହାଯାଇଛି। ବେଲଗାଭି ଜିଲ୍ଲାରେ ସର୍ବାଧିକ ଶିଶୁ ଏହି ସମସ୍ୟାରେ ପୀଡ଼ିତ ବୋଲି ଜଣାପଡ଼ିଛି।

ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଲକ୍ଷ୍ମୀ ହେବ୍ବାଲକର ବେଲଗାଭି ଜିଲ୍ଲାକୁ ପ୍ରତିନିଧିତ୍ବ କରୁଥିବାବେଳେ ଏହି ସଂଖ୍ୟା ଚକିତ କରିଦେବା ପରି ହୋଇଛି। ଏହାପୂର୍ବରୁ ବିଜେପି ସରକାର ଅମଳରେ ମଧ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ ଶଶିକଳା ଜୋଲେ ବେଲଗାଭିକୁ ପ୍ରତିନିଧିତ୍ବ କରୁଥିଲେ। ବିଧାନସଭା ଅଧିବେଶନବେଳେ ବିଜେପି ଏମଏଲସି ହେମଲତା ନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ହେବ୍ବାଲକର ଉପରୋକ୍ତ ତଥ୍ୟ ରଖିଥିଲେ।

ରାଜ୍ୟର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରରେ ୩୨ ଲକ୍ଷ ୨୯ ହଜାର ୬୪୪ ଶିଶୁ ପଞ୍ଜିକୃତ ହୋଇଥିବାବେଳେ ସେମାନଙ୍କ ଉଚ୍ଚତା ଓ ଓଜନ ମପା ଯାଇଥିବାବେଳେ ୪ ଲକ୍ଷ ୭୯ ହଜାର ୯୩୧ ପିଲା ବୟସ ତୁଳନାରେ ଦୁର୍ବଳ ଓ ଉଚ୍ଚତା ବଢ଼ୁନଥିବା ଜଣାପଡ଼ିଛି। ବେଲଗାଭିରେ ୫୦,୫୨୨ ପିଲା ଉଚ୍ଚତା ଓ ଓଜନ ଦୃଷ୍ଟିରୁ ପଛୁଆ ଥିବା ଜଣାପଡ଼ିଛି। ବିଜୟାପୁରରେ ୪୬,୪୩୪, କାଲାବୁରାଗିରେ ୪୩,୯୧୯, ରାଇଚୁରରେ ୩୬,୮୩୬, କୋପ୍ପାଲରେ ୨୮,୦୭୦ ଓ ୟାଦଗିରରେ ୨୭,୦୬୬ ପିଲା ଅତି ଦୁର୍ବଳ ଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

error: Content is protected !!