ସନ୍ଧିକେନ୍ଦୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରଶତ ବାର୍ଷିକୀ ଉତ୍ସବ ପାଳନ

ଗଞ୍ଜାମ ଶିକ୍ଷା ଜିଲ୍ଲା ଅନ୍ତର୍ଗତ
ସୋରଡ଼ା ଗୋଷ୍ଠୀ ଶିକ୍ଷା ନିୟନ୍ତ୍ରଣାଧୀନ
ସନ୍ଧିକେନ୍ଦୁ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ
ଶତବାର୍ଷିକୀ ଉତ୍ସବ ଉତ୍ସାହ ଓ ଆଡମ୍ବର ସହ ପାଳିତ ହୋଇଯାଇଛି।

ପ୍ରଧାନ ଶିକ୍ଷକ ଅରୁସରଣ ନାୟକଙ୍କ ତତ୍ୱାବଧାନରେ
ଆୟୋଜିତ ଏହି କାର୍ଯ୍ୟକ୍ରମରେ
ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ
ଯୋଗ ଦେଇ ବିଦ୍ୟାଳୟ ପରିସରରେ
ନବନିର୍ମିତ ସାଂସ୍କୃତିକ ମଣ୍ଡପର ଉଦ୍ଘାଟନ କରିଥିଲେ।

ଏହି ଅବସରରେ
ମୁଖ୍ୟ ବକ୍ତା ଭାବେ ଆସିକା ସଂସଦ ପ୍ରତିନିଧି
ବସନ୍ତ ବିଷୋୟୀ,
ସମ୍ମାନିତ ଅତିଥି ଭାବେ
ବଡ଼ଗଡ଼ ଥାନା ଅଧିକାରୀ ବିମଳ କହଁର,
ଇଂରାଜୀ ଅଧ୍ୟାପକ ଡ଼ଃ ହୃଷିକେଶ ମିଶ୍ର,
ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପିତାମ୍ବର ନାୟକ,
ସହ ଅନ୍ୟାନ୍ୟ ଅତିଥିମାନେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ
ବିଦ୍ୟାଳୟର ସର୍ବପୁରାତନ ଛାତ୍ର ମଙ୍ଗୁଳୁ ସ୍ୱାଇଁ
ଏବଂ ପୂର୍ବତନ ପ୍ରଧାନ ଶିକ୍ଷକ
ମାର୍କଣ୍ଡ ବିଷୋୟୀ ଓ କୈଳାଶ ତ୍ରିପାଠୀଙ୍କୁ
ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା।
ଅତିଥିମାନେ ତାଙ୍କ ଉଦ୍ବୋଧନରେ କହିଥିଲେ,
ଶତବର୍ଷ ଧରି ଏହି ବିଦ୍ୟାଳୟ
ଜ୍ଞାନର ପ୍ରଦୀପ ଜ୍ୱାଳି
ଶିକ୍ଷା ଓ ସାମାଜିକ ବିକାଶରେ
ଏକ ମାଇଲଖୁଣ୍ଟ ସ୍ଥାପନ କରିଛି।
ଏହା କେବଳ ଏକ ଶିକ୍ଷା କେନ୍ଦ୍ର ନୁହେଁ,
ବରଂ ଏକ ମଣିଷ ଗଢ଼ା କାରଖାନା।

ଏହି ଉତ୍ସବରେ
ଗ୍ରାମର ଆବାଳବୃଦ୍ଧବନିତା ଯୋଗ ଦେଇ
ବିଦ୍ୟାଳୟର ଶହେ ବର୍ଷର ଗୌରବକୁ
ଉଲ୍ଲାସର ସହ ସାକ୍ଷୀ ହୋଇଥିଲେ।
ସମଗ୍ର ବିଦ୍ୟାଳୟ ପରିସର
ହସ, ଖୁସି ଓ ଉତ୍ସବମୟ ପରିବେଶରେ
ମୁଖରିତ ହୋଇଉଠିଥିଲା।

Leave a Reply

Your email address will not be published. Required fields are marked *

error: Content is protected !!