ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ କଲା ଚୌଦ୍ବାର ପୋଲିସ |

କଟକ ସହର ଉପକଣ୍ଠରେ ଆତଙ୍କ ଖେଳାଇ ଥିବା ଏକ ଲୁଟେରା ଗ୍ୟାଙ୍ଗ କୁ ଧରିବାରେ ସଫଳ ହେଇଛି କମିସନରେଟ ପୋଲିସ। ସୁଚନା ଯୋଗ୍ୟ ଗତ ଅକ୍ଟୋବର ରେ ଚୌଦ୍ବାର ଥାନା ଅନ୍ତର୍ଗତ ବିରୂପା ବ୍ୟାରେଜ ନିକଟରୁ ହୋଇଥିବା ଏକ ଛିନ୍ ତାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ୍।ତଦନ୍ତ ସମୟରେ, ସହରର ସମସ୍ତ  ପ୍ରବେଶ ଏବଂ ପ୍ରସ୍ଥାନ ପଥର ସିସିଟିଭି ଫୁଟେଜ୍ ସଂଗ୍ରହ କରାଯାଇଥିଲା ଏବଂ ପୁଙ୍ଖାନୁପୁଙ୍ଖ ଭାବରେ ଯାଞ୍ଚ କରାଯାଇଥିଲା । ନେମାଳ ଅଂଚଳର ବିଶାଲ ମଲ୍ଲିକ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହୋଇଥିବା ବେଳେ ତା ଠାରୁ ଚୋରି ଅଳଙ୍କାର କିଣିବା ଅଭିଯୋଗରେ ପ୍ରଭାକର ସାମନ୍ତ ଓ ହରେକୃଷ୍ଣ ସାହୁ ଙ୍କୁ ଗିରଫ କରାଯାଇଛି।ନିରନ୍ତର ପଚରାଉଚରା ସମୟରେ  ଅଭିଯୁକ୍ତମାନେ ଚୌଦ୍ୱାର, ଜଗତପୁର,
ସଦର ଥାନା ଅଞ୍ଚଳ ସହିତ କଟକ ୟୁପିଡି ଏବଂ ଭୁବନେଶ୍ୱର ୟୁପିଡି ଅନ୍ତର୍ଗତ ବିଭିନ୍ନ ଥାନା ଅଞ୍ଚଳରେ ସୁନା ଚେନ୍ ଛିନତାଇ ଏବଂ ଡକାୟତି ମାମଲାରେ ମଧ୍ୟ ସମ୍ପୃକ୍ତ ଥିଲେ ବୋଲି ଜଣାପଡ଼ିଛି। ସେମାନଙ୍କ ନିକଟରୁ ଗୋଟିଏ ପଲ୍ ସର୍ 220 ଓ ମୋଟ ୯୭ଗ୍ରାମ ର ୬ଟି ସୁନା ଚେନ୍ ଜବତ କରାଯାଇଛି।

ଭିଡିଓ ଦେଖନ୍ତୁ …….

Leave a Reply

Your email address will not be published. Required fields are marked *

error: Content is protected !!