ଚାଲିଥିଲା ସଟ୍ଟାଖେଳ: ମାଡି ବସିଲା ସଦର ଥାନା ପୋଲିସ୍, ୫ଅଭିଯୁକ୍ତ…

ବରଗଡ଼ ସଦର ଥାନା ପୋଲିସ୍ ସଟ୍ଟା କାରବାରରେ ବୁଧବାର ୫ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବରଗଡ଼ ସଦର ଥାନା ଅନ୍ତର୍ଗତ ନିଲେଶ୍ବର ଗ୍ରାମର ନେପାଳ ସାହୁ(୪୬), ସଦାନନ୍ଦ ସାହୁ (୩୯), ଗିରିଜା ଶଙ୍କର ସାହୁ(୩୯), ଶୁରୁବାବୁ ସାହୁ (୪୫) ଏବଂ ବରଗଡ଼ ଟାଉନ ଥାନା ଅନ୍ତର୍ଗତ ମହାନ୍ତି ପଡାର ସନ୍ତୋଷଜନକ ପୋପଟାନୀ(୪୨) ।

ସେମାନଙ୍କ ପାଖରୁ ନଗଦ ୧୦ହଜାର ୨୧୦ ଟଙ୍କା, ସଟ୍ଟା ଖେଳରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ, ଗୋଟିଏ ମୋବାଇଲ, ଗୋଟିଏ ଜୁପିଟର ସ୍କୁଟି (ନଂ-ଓଡି୧୭ପି ୮୩୪୭), ଗୋଟିଏ ହୋଣ୍ଡା ସାଇନ ବାଇକ୍ (ନଂ-ଓଡି୧୭ୟୁ ୬୫୦୭) ଜବତ ହୋଇଛି। ଏ ନେଇ ବରଗଡ଼ ସଦର ଥାନା ପୋଲିସ୍ ଏକ ମାମଲା (ନଂ-୧୨୩/୨୪) ରୁଜୁ କରି ଅଧିକ ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *

error: Content is protected !!